ETV Bharat / bharat

ଆପର 2 ଭଲ୍ୟୁଣ୍ଟର କୋରୋନା ଆକ୍ରାନ୍ତ, ମହରୋଲୀ ଅଞ୍ଚଳରେ ବାଣ୍ଟୁଥିଲେ ଖାଦ୍ୟ - ଆପର 2 ଭଲ୍ୟୁଣ୍ଟର କୋରୋନା ଆକ୍ରାନ୍ତ

କୋରୋନା ସଂକ୍ରମଣ ଚେନ ଭାଙ୍ଗିବାରୁ ଯେତେ ପ୍ରୟାସ କରାଯାଉଛି, ସେତିକି ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଥିବା 2 ଭଲ୍ୟୁଣ୍ଟର ଏବେ କୋରୋନା ଆକ୍ରାନ୍ତ ।

ଆପର 2 ଭଲ୍ୟୁଣ୍ଟର କୋରୋନା ଆକ୍ରାନ୍ତ
ଆପର 2 ଭଲ୍ୟୁଣ୍ଟର କୋରୋନା ଆକ୍ରାନ୍ତ
author img

By

Published : Apr 28, 2020, 8:11 AM IST

ନୂଆଦିଲ୍ଲୀ: ଲକଡାଉନ ସମୟରେ ସହାୟତା କରିବାକୁ ଯାଇ 2 କୋରୋନା ଆକ୍ରାନ୍ତ। ଆପ୍‌ ବିଧାୟକଙ୍କ 2 ଭଲ୍ୟୁଣ୍ଟର ଏବେ ଏହି ଭାଇରସର ଶିକାର ହୋଇଛନ୍ତି । ବର୍ତ୍ତମାନ ଧିରେ ଧିରେ ରାଷ୍ଟ୍ରୀୟ ରାଜଧାନୀରେ ସାର୍ବଜନିକ ସ୍ଥାନ ଗୁଡିକରେ ସଂକ୍ରମଣ ବ୍ୟାପିବାରେ ଲାଗିଛି ।

ମହରୋଲୀ ଅଞ୍ଚଳରେ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିବା 2 ଜଣ ବ୍ୟକ୍ତିଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି । ମହରୋଲୀ ନିକଟରେ ଖାଦ୍ୟ ବଣ୍ଟନ କରିବା ପାଇଁ ଆପ୍‌ ବିଧାୟକ ନରେଶ ଯାଦବ କିଛି ଭଲ୍ୟୁଣ୍ଟରଙ୍କୁ ଦାୟିତ୍ବ ଦେଇଥିଲେ ।

ଏମାନଙ୍କ ଠାରେ ଫ୍ଲୁ ପରି ଲକ୍ଷଣ ଦେଖାଦେବା ପରେ 3 ଜଣଙ୍କ କୋରୋନା ଟେଷ୍ଟିଂ କରାଯାଇଥିଲା । ଯେଉଁଥିରେ 2 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ପରେ ପ୍ରଶାସନ ପକ୍ଷରୁ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ କେଉଁ କେଉଁ ଅଞ୍ଚଳରେ ଖାଦ୍ୟ ବଣ୍ଟନ କରିଥିଲେ ସେନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି । ସେପଟେ ଏହି ଉକ୍ତ ଢାବା, ମୋତିଲାଲା ନେହୁରୁ କ୍ୟାମ୍ପ, କାର ମାର୍କଟ, କିଶନଗଡ, ଚର୍ଚ୍ଚ ରୋଡ, ବସନ୍ତକୁଞ୍ଜ ଅଞ୍ଚଳଗୁଡିକ କୋରୋନା ହଟ ସ୍ପଟ ଘୋଷଣା ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.