ETV Bharat / bharat

ଚୀନ ସୀମାରେ ଉଡିଲା ଭାରତୀୟ ବାୟୁସେନାର ଆପାଚେ-ଚିନୁକ୍ - ଚୀନ ସୀମା

ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ସୋମବାର ଚୀନ ସେନା ତମ୍ବୁ ପଛକୁ ନେଇଥିବା ବେଳେ ଭାରତ କିନ୍ତୁ କଠୋରତା ବଜାୟ ରଖିଛି। ସୋମବାର ରାତିରେ ଯୁଦ୍ଧ ବିମାନ ହେଲିକାପ୍ଟର ଆପାଚେ ଭାରତ-ଚୀନ ସୀମା ନିକଟରେ ଅପରେସନ୍ କରିଥିଲା।

 ଆପାଚେ-ଚିନୁକ୍
ଆପାଚେ-ଚିନୁକ୍
author img

By

Published : Jul 7, 2020, 12:26 PM IST

ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ସୋମବାର ଚୀନ ସେନା ତମ୍ବୁ ପଛକୁ ନେଇଥିବା ବେଳେ ଭାରତ କିନ୍ତୁ କଠୋରତା ବଜାୟ ରଖିଛି। ସୋମବାର ରାତିରେ ଯୁଦ୍ଧ ବିମାନ ହେଲିକାପ୍ଟର ଆପାଚେ ଭାରତ-ଚୀନ ସୀମା ନିକଟରେ ଅପରେସନ୍ କରିଥିଲା। ଏଠାରେ ବିଳମ୍ବିତ ରାତିରେ ଆପାଚେ, ଚିନୁକ୍ ସମେତ ଅନେକ ବାୟୁସେନା ବିମାନ ଉଡାଣ କରୁଥିବା ଦେଖାଯାଇଥିଲା ଓ ଚୀନ ଉପରେ କଡା ନଜର ରଖିଥିଲା ​​|

ଭାରତ-ଚୀନ ସୀମାରେ ଥିବା ଫରୱାର୍ଡ ବେସରେ ନଜର ରଖିବା ପାଇଁ ଆପାଚେ ହେଲିକପ୍ଟର ଉଡିଥିଲା। ଭାରତୀୟ ବାୟୁସେନା ସୀମାନ୍ତରେ ନିରନ୍ତର ଅଭ୍ୟାସ କରୁଛି ଓ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। କେବଳ ଆପାଚେ ନୁହେଁ ଚିନୁକ୍ ହେଲିକପ୍ଟର ମଧ୍ୟ ଏଠାରେ ଅଭ୍ୟାସ କରିଛ । ଆପାଚେ ହେଲିକପ୍ଟର ବ୍ୟତୀତ ମିଗ-29 ଓ ଅନ୍ୟାନ୍ୟ ଯୁଦ୍ଧ ବିମାନ ଲେହର ଆକାଶରେ ଉଡିଥିବାର ନଜର ଆସିଛି।

ପ୍ରକାଶଥାଉକି, ଭାରତୀୟ ବାୟୁସେନା ଗତ ବର୍ଷ 8 ଟି ଆପାଚେ ଯୁଦ୍ଧ ବିମାନ ହେଲିକାପ୍ଟର କିଣିଥିଲା । ଆମେରିକାର କମ୍ପାନୀ ବୋଇଂ ଦ୍ବାରା ଆପାଚେ ହେଲିକପ୍ଟର ନିର୍ମାଣ କରାଯାଇଛି। ଆକ୍ରମଣ କ୍ଷମତା ଏହାର ଅତି ବିପଦଜ୍ଜନକ । ଏହାକୁ ରାଡର୍ ପାଖାପାଖି ଧରିବା ମଧ୍ୟ ଅସମ୍ଭବ । ଏହା 280 କିମି ପ୍ରତି ଘଣ୍ଟାରେ ଗତି କରେ ।

ସୂଚନାଯୋଗ୍ୟ, ସୋମବାର ଚୀନ ଗଲୱାନ୍ ଉପତ୍ୟକାର 2 କିମି ପଛକୁ ଫେରିଛି। ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ନିଆଯାଇଛି ଯେ ସୀମାରେ ଥିବା ଉତ୍ତେଜନା ପରିସ୍ଥିତି ହ୍ରାସ ପାଇବ। ଏଥିପାଇଁ ଅଜିତ ଡୋଭାଲ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.