ଲକ୍ଷ୍ନୌ: ହାଥରସ ଘଟଣାକୁ ନେଇ ସରକାଙ୍କ ଉପରେ ଆକ୍ରାମକ ହୋଇପଡିଛି ବିରୋଧୀ । ସେପଟେ ବିରୋଧି ଏହି ଘଟଣା ଆଧାରରେ ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଯୋଗୀ ସରକାର କହିଛନ୍ତି । ଏହି ମଧ୍ୟରେ ହାଥରସ ଘଟଣାରେ ଗିରଫ ଅଭିଯୁକ୍ତମାନଙ୍କ ମାମଲା ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏପି ସିଂହ ଲଢିବେ ବୋଲି ଖବର ସାମ୍ନାକୁ ଆସିଛି ।
ହାଥରସ ଅଭିଯୁକ୍ତ ପକ୍ଷରୁ ମାମଲା ଲଢିବା ପାଇଁ ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା ଆଇନଜୀବୀ ଏପି ସିଂହଙ୍କୁ ନିଯୁକ୍ତ କରିଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜା ମନବେନ୍ଦ୍ର ସିଂଙ୍କ ପକ୍ଷରୁ ଏପି ସିଂହଙ୍କୁ ହାଥରସ ଅଭିଯୁକ୍ତଙ୍କ ମାମଲା ଲଢିବାକୁ କୁହାଯାଇଛି । ମାନଭେନ୍ଦ୍ର ସିଂହ ଚିଠିରେ କହିଛନ୍ତି ଯେ ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭା ଟଙ୍କା ସଂଗ୍ରହ କରି ଆଇନଜୀବୀ ଏପି ସିଂହଙ୍କୁ ଦେୟ ଦେବେ।
ଏହି ଚିଠିରେ କୁହାଯାଇଛି ଯେ ହାଥରସ ମାମଲା ମାଧ୍ୟମରେ ଏସସି-ଏସଟି ଆଇନର ଅପବ୍ୟବହାର କରି ଉଚ୍ଚ ଜାତିର ସମାଜକୁ ଅପମାନିତ କରାଯାଇଛି । ଏହା ରାଜପୁତ ସମାଜକୁ ବିଶେଷ ଆଘାତ ପହଞ୍ଚାଇଛି। ଏହି ପରିପ୍ରେକ୍ଷୀରେ ମାମଲାରେ ଅଭିଯୁକ୍ତ ପକ୍ଷରୁ ଏପି ସିଂଙ୍କ ନିକଟରେ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଅନୁଯାୟୀ, ହାଥରସ ମାମଲାରେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଏପି ସିଂଙ୍କୁ ମଧ୍ୟ ମକଦ୍ଦମା ଦାୟର କରିବାକୁ କୁହାଯାଇଛି ।