ETV Bharat / bharat

ଟିଡିପି ନେତାଙ୍କୁ ମାଓବାଦୀଙ୍କ ହତ୍ୟା ଧମକ - jailed tribals

ଟିଡିପି ନେତାଙ୍କୁ ମାଓବାଦୀଙ୍କ ହତ୍ୟା ଧମକ । ଜେଲରେ ଥିବା ଆଦିବାସୀଙ୍କୁ ନ ଛାଡିଲେ ହତ୍ୟା କରାଯିବା ନେଇ ଧମକ ଦେଇଛନ୍ତି । ସିପିଆଇ(ଏମ) ପକ୍ଷରୁ ଏହି ଧମକ ମିଳିବା ପରେ ଉକ୍ତ ନେତାଙ୍କୁ ପୋଲିସ ଏକ ସୁରକ୍ଷିତ ସ୍ଥାନରେ ରଖିଥିବା ନେଇ ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 17, 2019, 1:02 PM IST

ବିଶାଖାପାଟଣା: ପୁଣିଥରେ ତେଲୁଗୁ ଦେଶମ ପାର୍ଟି(ଟିଡ଼ିପି)ର ନେତାଙ୍କୁ ହତ୍ୟା ଧମକ । ଧମକ ଦେଇଛନ୍ତି ମାଓବାଦୀ । ଜେଲରେ ଥିବା ଆଦିବାସୀ ଗ୍ରାମବାସୀଙ୍କୁ ନ ଛାଡ଼ିଲେ ହତ୍ୟା କରାଯିବ ବୋଲି ମାଓବାଦୀ ଧମକ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଟିଡ଼ିପି ନେତା ଚିନ୍ତାକାୟଲା ଆୟନା ପାତ୍ରୁଡ଼ୁ, କିଦାରୀ, ଶ୍ରବଣ କୁମାର, ପାଦେରୁ ବିଧାୟକ ଗିଦ୍ଦୁ ଈଶ୍ବରୀ ବିଶାଖାପାଟଣାର ସ୍ଥାନୀୟ କିଛି ନେତାଙ୍କୁ ଏହି ଧମକ ମିଳିଥିବା ସୂଚନା ରହିଛି । ସିପିଆଇ(ଏମ) ପକ୍ଷରୁ ଏହି ଧମକ ମିଳିବା ପରେ ଉକ୍ତ ନେତାଙ୍କୁ ପୋଲିସ ଏକ ସୁରକ୍ଷିତ ସ୍ଥାନରେ ରଖିଥିବା ନେଇ ଜଣାପଡ଼ିଛି । ଏପରିକି ସେମାନଙ୍କୁ ବାହାରକୁ ନଯିବା ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ସେପଟେ 2017 ମସିହାରେ ଛାପ୍ପାଗାଡ଼ା, ଆରଭି ନଗର ଅଞ୍ଚଳର କିଛି ଆଦିବାସୀ ବାସିନ୍ଦା ଆନ୍ଧ୍ରପ୍ରଦେଶ ଜଙ୍ଗଲ ଉନ୍ନତିକରଣ କର୍ପୋରେସନ ଅଧିନରେ କାର୍ଯ୍ୟ କରିବାକୁ ମନା କରିଦେଇଥିଲେ । ଏହାକୁ ବିରୋଧ କରି ପୋଲିସ ସେମାନଙ୍କ ବିରୋଧରେ ଏକ ଫଲ୍ସ କେସ ରୁଜୁ କରିଥିଲା । ମାମଲାରେ ଗ୍ରାମବାସୀମାନେ ମାଓବାଦୀ ସମର୍ଥକ ବୋଲି ଉଲ୍ଲେଖ କରିଥିଲେ । ଏପରିକି ଗତ ଶ୍ରମିକ ଦିବସରେ 5 ରୁ 6 ଜଣ ଗ୍ରାମବାସୀଙ୍କୁ ନେଇ ଅଟକ ରଖିଥିବା ସୂଚନା ମିଳିଛି । ଯାହାକୁ ମାଓବାଦୀମାନେ ଘୋର ବିରୋଧ କରୁଛନ୍ତି ।

ଏକ ଚିଠି ଜାରି କରି କହିଛନ୍ତି ଯେ, ଆଦିବାସୀ ଅଞ୍ଚଳରେ ଏସବୁ କଣ ଘଟୁଛି । ଆଦିବାସୀ ଅଞ୍ଚଳରେ ଏହା ଗଣତନ୍ତ୍ର ପୋଲିସର ରାଜୁତି ବୋଲି ମାଓବାଦୀମାନେ ଉକ୍ତ ପତ୍ରରେ ପ୍ରଶ୍ନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ପୋଲିସ ଓ ଜଙ୍ଗଲ ବିଭାଗ ସେମାନଙ୍କୁ ମାନସିକ ଅତ୍ୟାଚାର କରୁଥିବା ମାଓବାଦୀମାନେ କହିଛନ୍ତି ।

ସୂଚନା ଯୋଗ୍ୟ ମାଓବାଦୀମାନେ ଗତବର୍ଷ ସେପ୍ଟେମ୍ବର ମାସରେ ଦୁଇ ଟିଡିପି ନେତାଙ୍କୁ ହତ୍ୟା କରିଥିଲେ ।

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.