ଅମରାବତୀ: ଦେଶର ଅଧା ରାଜ୍ୟ ଏବେ ବନ୍ୟା ଘେରରେ । ଏଥିରୁ ବାଦ ପଡି ନାହିଁ ଆନ୍ଧ୍ରପ୍ରଦେଶ । ଦକ୍ଷିଣ ଓଡିଶାରେ ଧିରେ ଧିରେ ପାଣି ଶୁଖୁଥିବା ବେଳେ ଆନ୍ଧ୍ରରେ ଏବେ ଦେଖା ଦେଇଛି ବନ୍ୟା । କୃଷ୍ଣା ନଦୀରେ ଜଳ ସ୍ଥର ବଢି ଥିବାରୁ ଗୁଣ୍ଟୁର ସମେତ ଅନେକ ଜିଲ୍ଲା ଏବେ ପାଣି ଘେରରେ ।
ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ବନ୍ୟା ସ୍ଥିତି ନେଇ ଅଧିକାରୀ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି।