ETV Bharat / bharat

ଦଶ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ 23 ପଜିଟିଭ, 3 ମୃତ - କୋଭିଡ 19

23ଟି କେସ ମଧ୍ୟରୁ କୂର୍ଣ୍ଣୁଲରେ ସର୍ବାଧିକ 13ଟି ମାମଲା ରହିଛି । ସେହିପରି 3ଟି ମୃତ୍ୟୁ ସହ ଆନ୍ଧ୍ରପ୍ରଦେଶରେ ମୋଟ ମୃତ୍ୟୁ ସଂଖ୍ୟା 14 ଛୁଇଁଛି । ଅଧିକ ପଢନ୍ତୁ...

ଦଶ ଘଣ୍ଟାରେ ଆନ୍ଧ୍ରପ୍ରଦେଶରେ 23 ପଜିଟିଭ, 3 ମୃତ

author img

By

Published : Apr 16, 2020, 1:33 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଗତ 10 ଘଣ୍ଟାରେ 23ଟି ନୂଆ କୋରୋନା ପଜିଟିଭ ମାମଲା ସ୍ପଷ୍ଟ ହୋଇଛି । ବୁଧବାର ସକାଳ 9ଟାରୁ ସନ୍ଧ୍ୟା 7ଟା ଭିତରେ ଏହି 23 ଜଣ ଲୋକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାସହ 3 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଏହି 23ଟି କେସ ମଧ୍ୟରୁ କୂର୍ଣ୍ଣୁଲରେ ସର୍ବାଧିକ 13ଟି ମାମଲା ରହିଛି । ଏହାପରେ ଗୁଣ୍ଟୁରରେ 4, କଡପାରେ 3, ନେଲ୍ଲୋରରେ 2 ଏବଂ ଅନନ୍ତପୁରମରେ ଗୋଟିଏ ପଜିଟିଭ ସ୍ପଷ୍ଟ ହୋଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 525 ଛୁଇଁଛି ।

ସେହିପରି 3ଟି ମୃତ୍ୟୁ ସହ ଆନ୍ଧ୍ରପ୍ରଦେଶରେ ମୋଟ ମୃତ୍ୟୁ ସଂଖ୍ୟା 14 ଛୁଇଁଛି । ଏହାସହ 16 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଲକଡାଉନର ଅବଧି ବଢିବା ନେଇ ଏହାର କଡାକଡି ପାଳନ କରିବାକୁ ରାଜ୍ୟ ସରକାର ଲୋକଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ନହେଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ଚେତାବନୀ ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.