ETV Bharat / bharat

ସାବଧାନ! କୋରୋନାକୁ ନେଇ ଗୁଜବ ପ୍ରଚାର କଲେ ମିଳିବ ଦଣ୍ଡ - FIGHTAGAINST CORONA

ସୋସିଆଲ ମିଡିଆରେ ଗୁଜବ ପ୍ରଚାର କଲେ ଆଇପିସି ଧାରାରେ ମିଳିବ ଦଣ୍ଡ । ଏନେଇ ଚେତେଇ ଦେଇଛି ଝାଡଖଣ୍ଡ ପୋଲିସ । ଅଧିକ ପଢନ୍ତୁ...

ସାବଧାନ! କୋରୋନାକୁ ନେଇ ଗୁଜବ ପ୍ରକାଶ କଲେ ମିଳିବ ଦଣ୍ଡ

author img

By

Published : Apr 3, 2020, 3:27 PM IST

ରାଞ୍ଚି: ମହାମାରୀ କୋରୋନା ଭାଇରସକୁ ରୋକିବା ପାଇଁ ଦେଶକୁ ଲକଡାଉନ କରାଯାଇଛି । କିନ୍ତୁ କିଛି ଅସାମାଜିକ ବ୍ୟକ୍ତି କୋରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଛନ୍ତି । ଯାହାକୁ ନେଇ ଲୋକମାନେ ଅଧିକ ଭୟଭୀତ ହେଉଛନ୍ତି । ତେବେ ଏହିଭଳି ଲୋକଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ । ଯଦି କୌଣସି ବ୍ୟକ୍ତି ବିଶେଷ ଗୁଜବ ପ୍ରଚାର କରନ୍ତି ତେବେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଆଧାରରେ ଦଣ୍ଡିତ କରାଯିବ ।

ଝାଡଖଣ୍ଡର ରାଞ୍ଚିରେ ପୋଲିସ କିଛି ଆପତ୍ତିଜନକ ଟ୍ବିଟର ପୋଷ୍ଟ ଆଧାରରେ 50 ଜଣଙ୍କୁ ଏହା ବିରୋଧରେ ନୋଟିସ ଜାରି କରିଛି । ଏହାସହ ଭୁଲ ତଥ୍ୟ ଲୋକଙ୍କୁ ଦେଉଥିବା ଆଧାରରେ 3 ଜଣଙ୍କୁ ଗିରଫ କରିଛି । ତେବେ ଝାଡଖଣ୍ଡ ପୋଲିସ ତରଫରୁ ଏହା ସ୍ପଷ୍ଟ କରାଯାଇଛି ଯେ କୌଣସି ବ୍ୟକ୍ତି ଯଦି ପରିସ୍ଥିତି ବିଗାଡିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ବିରୋଧରେ ପ୍ରଶାସନ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.