ETV Bharat / bharat

ଅନୁପମ ଖେରଙ୍କ ମା‘ଙ୍କ ସମେତ ପରିବାରର 4 ଜଣ ସଦସ୍ୟ କୋରୋନା ପଜିଟିଭ୍ - corona positive

ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ମା ଓ ଭାଇଙ୍କ ସମେତ 4 ଜଣ ପରିବାର ସଦସ୍ୟ କୋରୋନା ପଜିଟିଭ୍ । ରବିବାର ସକାଳେ ଅନୁପମ ଖେର ଏହି ସୂଚନା ଦେଇଛନ୍ତି।

କୋରୋନା ପଜିଟିଭ୍
କୋରୋନା ପଜିଟିଭ୍
author img

By

Published : Jul 12, 2020, 11:54 AM IST

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ମା ଓ ଭାଇଙ୍କ ସମେତ 4 ଜଣ ପରିବାର ସଦସ୍ୟ କୋରୋନା ପଜିଟିଭ୍ । ରବିବାର ସକାଳେ ଅନୁପମ ଖେର ଏହି ସୂଚନା ଦେଇଛନ୍ତି। ଅନୁପମ ଏକ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କ ମା ଦୁଲାରୀଙ୍କ ସ୍ବାସ୍ଥ୍ୟାବସ୍ଥା କିଛି ଦିନ ପାଇଁ ଖରାପ ଥିଲା। ତାଙ୍କୁ ଭୋକ ନଲାଗିବା ସହ ଦିନରାତି ଶୋଇ ରହୁଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ମାଙ୍କ ରକ୍ତ ପରୀକ୍ଷା କରାଇଥିଲେ । ପରେ ସିଟି ସ୍କାନ୍ କରାଯାଇଥିଲା ଓ କୋଭିଡ୍-19 ପଜିଟିଭ୍ ଥିବା ଜଣାପଡିଥିଲା ।

ଏହା ପରେ ଅନୁପମ ଓ ତାଙ୍କ ଭାଇ ରାଜୁ ମଧ୍ୟ ସେମାନଙ୍କର କୋରୋନା ପରୀକ୍ଷା କରାଇଥିଲେ। ରିପୋର୍ଟରେ ଅନୁପମଙ୍କୁ ନେଗେଟିଭ୍ ଥିବାବେଳେ ତାଙ୍କ ଭାଇ କୋଭିଡ ପଜିଟିଭ୍ ଥିଲେ । ଏହା ପରେ ରାଜୁଙ୍କ ପରିବାରର କୋରୋନା ପରୀକ୍ଷା ମଧ୍ୟ କରାଯାଇଥିଲା। ଏଥିରେ ଅନୁପମଙ୍କ ବୋହୂ ଅର୍ଥାତ୍ ରାଜୁଙ୍କ ପତ୍ନୀ ଓ ଝିଆରୀ ବୃନ୍ଦା କୋରୋନା ପଜିଟିଭ୍ ଥିବା ଜଣାପଡିଛି ।

ଅନୁପମ କହିଛନ୍ତି ଯେ, ସେ ତାଙ୍କ ମା ଙ୍କୁ କୋକିଲାବେନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବିଏମସିକୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି ଓ ବର୍ତ୍ତମାନ ସେମାନଙ୍କ ଘରକୁ ସାନିଟାଇଜ୍ କରାଯିବ। ପିତାମାତାଙ୍କ ଯତ୍ନ ନେବାକୁ ଅନୁପମ ଲୋକଙ୍କୁ ନିବେଦନ କରିଛନ୍ତି। ଦିନରାତି ଲୋକଙ୍କ ପାଇଁ କାମ କରୁଥିବା ଡାକ୍ତରମାନଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଅନ୍ୟପକ୍ଷେ ବିଗ୍ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ମଧ୍ୟ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ବୋହୁ ଐଶର୍ଯ୍ୟା ରାୟ ଓ ପତ୍ନୀ ଜୟା ବଚ୍ଚନ କିନ୍ତୁ କୋରୋନା ନେଗେଟିଭ୍ ଅଛନ୍ତି । ବର୍ତ୍ତମାନ ବଚ୍ଚନ ପରିବାରର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.