ୱାଶିଂଟନ: ବିଶ୍ବ ସାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । କୋରୋନା ମହାମାରୀରୁ ବର୍ତ୍ତିବା ପାଇଁ ଅନେକ ଆଣ୍ଟିବାଓଟିକ୍ସର ଅତ୍ୟଧିକ ବ୍ୟବହାର କରୁଛନ୍ତି । କିନ୍ତୁ ଏହା ଭବିଷ୍ୟତରେ ଏକ ବଡ ବିପଦ ସାଜିପାରେ ବୋଲି ସଙ୍ଗଠନ ଚେତାବନୀ ଦେଇଛି । ଏମିତି ବି ସମୟ ଆସିବ କି କୋରୋନା ଠାରୁ ଆଣ୍ଚିବାଓଟିକ୍ସ ଖାଇଥିବା ଲୋକଙ୍କର ଅଧିକ ପ୍ରାଣହାନୀ ଘଟିବ ।
ଡବ୍ଲ୍ୟୁଏଚଓର ନିର୍ଦ୍ଦେଶକ ଟେଡ୍ରାସ ଏଡହନମ ଗୀବ୍ରିଏସୁସ ସୋମବାର କହିଛନ୍ତି, ଅଧିକ ଆଣ୍ଟିବାଓଟିକ୍ସ ଖାଇବା ଦ୍ବାରା ରୋଗ ପ୍ରତିଶେଧକ ଶକ୍ତି ହ୍ରାସ ପାଇଥାଏ ଏବଂ ଶରୀରରେ ଭୂତାଣୁ ପ୍ରବେଶ ପାଇଁ ଅଧିକ ସହଜ ହୋଇଥାଏ । ଏହା ମନୁଷ୍ୟ ପାଇଁ ଘାତକ ସାଜିଥାଏ ।