ETV Bharat / bharat

ଆଣ୍ଟି ଟ୍ୟାଙ୍କ ମିସାଇଲ 'ନାଗ'ର ପରୀକ୍ଷଣ ସଫଳ - rajasthan pokhran firing range

ତୃତୀୟ ପିଢିର ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍‌ 'ନାଗ' ସଫଳ ପରୀକ୍ଷଣ ପୁରା ହୋଇଛି । ରାଜସ୍ଥାନର ପୋଖରାନ ଫାୟାରିଂ ରେଞ୍ଜରେ ଏହାକୁ ସଫଳତାର ସହ ପରୀକ୍ଷଣ କରାଯାଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 20, 2019, 2:26 PM IST

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ଟ୍ୟାଙ୍କ ମିସାଇଲ 'ନାଗ'ର ପରୀକ୍ଷଣ ସଫଳତା ପୂର୍ବକ ପୁରା ହୋଇଛି । ତେବେ 'ନାଗ' ଏହା ପରେ ଖୁବ୍‌ ଶୀଘ୍ର ଭାରତୀୟ ସେନାରେ ସାମିଲ ହେବ । ତୃତୀୟ ପିଢିର ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍‌ 'ନାଗ'କୁ ରାଜସ୍ଥାନର ପୋଖରାନ ଫାୟାରିଂ ରେଞ୍ଜରେ ପରୀକ୍ଷଣ ସମ୍ପୂର୍ଣ୍ଣ କରାଯାଇଛି । ଏହି ମିଶାଇଲ ପରୀକ୍ଷଣର ଶୃଙ୍ଖଳା 7 ରୁ 18 ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା । ତେବେ ପରୀକ୍ଷଣର ସଫଳ ସମାପନ ପାଇଁ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ।

ଏହି ମିସାଇଲକୁ ଜୁଲାଇ 7ରୁ ଲଗାତାର 12 ଦିନ ପର୍ଯ୍ୟନ୍ତ ଦିନ ଓ ରାତିରେ ପରୀକ୍ଷଣ କରାଯାଇଥିଲା। ତେବେ ପରୀକ୍ଷଣରେ ନାଗ ନିଜର ସମସ୍ତ ଟାର୍ଗେଟକୁ ହିଟ୍‌ କରିଥିଲା । ଏହି ମିଶାଇଲକୁ ଭାରତୀୟ ସ୍ଥଳସେନାର ବିଶେଷ ଯାନରେ ଲଗାଯିବ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଉଭୟ ଦିନ ଓ ଘନ ଅନ୍ଧକାରରେ ଏବଂ ଯେ କୌଣସି ପାଣିପାଗରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିବାର କ୍ଷମତା ରଖିଛି।

ଏହା ସହିତ ମିସାଇଲଟି 500 ମିଟରରୁ ଆରମ୍ଭ କରି 4 କିମି ସୀମା ମଧ୍ୟରେ ଶତୃ ଟ୍ୟାଙ୍କକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.