ETV Bharat / bharat

ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଦା ହେଲେ କଂଗ୍ରେସ ବିଧାୟକ - karnataka

ଦଳ ବିରୋଧୀ ମନ୍ତବ୍ୟ ଦେଇ ଦଳରୁ ବହିଷ୍କୃତ ହେଲେ କର୍ଣ୍ଣାଟକ କଂଗ୍ରେସ ବିଧାୟକ । ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ କେପିସିସିର ମୁଖ୍ୟଙ୍କୁ ଦାୟୀ କରିଥିବାରୁ ତାଙ୍କୁ ଦଳରୁ ବିଦା କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 19, 2019, 4:16 PM IST

ବେଙ୍ଗାଲୁର: ଦଳରେ ରହି ଦଳ ବିରୋଧୀ ମନ୍ତବ୍ୟ ପାଇଁ କର୍ଣ୍ଣାଟକ ବିଧାୟକଙ୍କୁ ନିଲମ୍ବିତ କରିଛି କଂଗ୍ରେସ । ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଏନେଇ ମଞ୍ଜୁରି ଦିଆଯାଇଛି । କଂଗ୍ରେସ ବିଧାୟକ ଆର ରୋଶନ ବୈଗ ଦଳରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ।

ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ କେପିସିସିର ମୁଖ୍ୟଙ୍କୁ ସେ ଦାୟୀ କରିଥିଲେ । ଏନେଇ କେପିସିସିର ମୁଖ୍ୟ ଅଖିଳ ଭାରତ କଂଗ୍ରେସ କମିଟିକୁ ଜଣାଇବା ପରେ ଦଳରୁ ତାଙ୍କୁ ନିଲମ୍ବନ କରାଯାଇଛି । କେପିସିସିର ମୁଖ୍ୟ ଦିନେଶ ଗୁଣ୍ଡୋ ରାଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ବିଧାୟକ ରୋଶନଙ୍କ ଏଭଳି କାର୍ଯ୍ୟାକଳାପକୁ କଡା ଭର୍ସନା କରିଥିଲେ । ଆର.ରୋଶନ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ଥିବାବେଳେ କଂଗ୍ରେସର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ବାରା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇଏମଏ ଗହଣା, ଫାଇନସିଆର ଫ୍ରଡ, ଓ ହଜାରେ ସଂଖ୍ୟକ ନିବେଶକଙ୍କୁ ଧୋକା ଦେଇଥିବାର ଅଭିଯୋଗ କରିଛନ୍ତି ଦିନେଶ ରାଓ ।

କଂଗ୍ରେସ ନେତାଙ୍କୁ ନିଶାନା କରିବା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଅହଙ୍କାର ଓ ଦିନେଶ ଗୁଣ୍ଡୁ ରାଓଙ୍କୁ ଅପରିପକ୍ବତା ଯୋଗୁଁ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଥିବା ନେଇ ବୈଗ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.