ETV Bharat / bharat

ସିଏଏ ବିରୋଧୀ ହିଂସା ପାଇଁ ପିଏଫଆଇ ଦେଉଥିଲା ଟଙ୍କା !

ନାଗରିରକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାକାଣ୍ଡ ପାଇଁ ରେହାବ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ (ଆରଏଫଆଇ) ଓ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫଆଇ) ଅର୍ଥ ଯୋଗାଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...

anti-caa-protest
ସିଏଏ ବିରୋଧୀ ହିଂସା
author img

By

Published : Jan 27, 2020, 5:23 PM IST

ନୂଆଦିଲ୍ଲୀ: ନାଗରିରକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରଦର୍ଶନ ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ବଡ ଧରଣର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ହିଂସା ପଛରେ ରେହାବ ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ (ଆରଏଫଆଇ) ଓ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫଆଇ) ନାମକ ଦୁଇଟି ସଂଗଠନର ସିଧାସଳଖ ସମ୍ପର୍କ ଥିବା ନେଇ ଇଡି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ ଉଭୟ ସଂଗଠନ ଏହି ଆନ୍ଦୋଳନ ଜାରି ରଖିବା ପାଇଁ ପ୍ରାୟ 134 କୋଟି ଟଙ୍କା ପାଣ୍ଠି ଯୋଗାଇ ଦେଇଥିବା ଜାଣିବାକୁ ମିଳିଛି ।

ଇଡି ସୂତ୍ର ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ଇଡି ପିଏଫଆଇ ସହ ଜଡିତ କିଛି ମାମଲାର ତଦନ୍ତ କରିଥିଲା । ଏହି ସମୟରେ ପିଏଫଆଇ ଏବଂ ଆରଏଫଆଇ ସହ ଜଡିତ ପ୍ରାୟ 73ଟି ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସାମ୍ନାକୁ ଆସିଥିଲା । ସିଏଏ ବିରୋଧୀ ପ୍ରଦର୍ଶନ ସମୟରେ ଏହି ଆକାଉଣ୍ଟରୁ ସନ୍ଦିଗ୍ଧ ରୂପରେ ବଡ ଧରଣର ଟଙ୍କା ନେଣଦେଣ ହୋଇଥିଲା । ତେବେ ଏହି ବ୍ୟାଙ୍କ ଆକାଉଣ୍ଟରୁ ଦେଶର କେତେକ ବଡ ବଡ ଆଇନୀଜୀବୀଙ୍କୁ ଟଙ୍କା ଦିଆଯାଇଥିବା ସୁତ୍ରରୁ ଜଣାପଡିଛି । ଏହି ଓକିଲଙ୍କ ମଧ୍ୟରେ କଂଗ୍ରେସ ନେତା ତଥା ଆଇନୀଜୀବୀ କପିଲ ଶିବଲ ଏବଂ ଇନ୍ଦିରା ଜୟସିଂହଙ୍କ ନାମ ମଧ୍ୟ ସାମିଲ ରହିଛି ।

ସୂତ୍ରର କହିବା ଅନୁଯାୟୀ, 2ରୁ 3 ଦିନ ମଧ୍ୟରେ ପିଏଫଆଇ ପକ୍ଷରୁ 120 କୋଟି ଟଙ୍କା ଜମା ହୋଇଥିଲା ଏବଂ ଜମା ହେବା ପରେ ତୁରନ୍ତ ଏହାକୁ ବାହାର ମଧ୍ୟ କରାଯାଇଥିଲା । ଏହି ଟଙ୍କା ତେକକ ବଡବଡ ଆଇନଜୀବୀଙ୍କୁ ପଠା ଯାଇଥିଲା। ଏହି ଟଙ୍କାର ବ୍ୟବହାର ବିରୋଧ ପ୍ରଦର୍ଶନ ପାଇଁ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସିଏଏ ବିରୋଧରେ ଉତ୍ତର ପ୍ରଦେଶରେ ହୋଇଥିବା ହିଂସକ ପ୍ରଦର୍ଶନର ଅଭିଯୋଗରେ ଉତ୍ତର ପ୍ରଦେଶ ସରକାର ପିଏଫଆଇକୁ ବ୍ୟାନ କରିବାକୁ ଦାବି କରିଥିଲେ । ଉତ୍ତର ପ୍ରଦେଶରେ ହୋଇଥିବା ହିଂସାକାଣ୍ଡ ପଛରେ ପିଏଫଆଇର ହାତ ଥିବା ନେଇ ଆଶଙ୍କା କରାଯାଇଥିଲା । ଏହି ହିଂସାକାଣ୍ଡ ମାମଲାରେ ପିଏଫଆଇର 25 ସଦସ୍ୟଙ୍କୁ ଗିରଫ ମଧ୍ୟ କରାଯାଇଥିବା ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ ସୂଚନା ଦେଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.