ନୂଆଦିଲ୍ଲୀ: ଶାଲିନୀ ଯାଦବଙ୍କ ଆଉ ଏକ ଭିଡିଓ ଭାଇରାଲ । ଫେସବୁକରେ ଆଉ ଏକ ଭିଡିଓ ଅପଲୋଡ କରି ଆଇ ପ୍ରେମକୁ ଜିହାଦର ନାଁ ନଦେବାକୁ କରିଛନ୍ତି ଅନୁରୋଧ । ସେ ନିଜ ଇଚ୍ଛାରେ ବନ୍ଧୁ ଫୈଜଲଙ୍କୁ ବିବାହ କରିଛନ୍ତି ତେଣୁ ଏହାକୁ ଲଭ୍ ଜିହାଦ ନ କହିବାକୁ ସେ ଅନୁରୋଧ କରିଛନ୍ତି ।
ଶାଲିନୀ ଜୁନ୍ 29 ରେ ନିଜ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଯାଇଥିଲେ । ପୂର୍ବରୁ ଶାଲିନୀଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଅପହରଣ ହେବା କଥାକୁ ମିଛ ବୋଲି କହି ନିଜ ଇଚ୍ଛାରେ ଘରୁ ଯାଇଥିବା କହିଥିଲେ । ଏହାକୁ ସେତେବେଳେ ମଧ୍ୟ ଲଭ୍ ଜିହାଦର ନାଁ ଦିଆଯାଇଥିଲା । ତେଣୁ ଏହାକୁ ବିରୋଧ କରିଛନ୍ତି ଶାଲିନୀ ।
ଶାଲିନୀ ପ୍ରଥମ ଭିଡିଓରେ ନିଜ ଧର୍ମ ଓ ନାମ ପରିବର୍ତ୍ତନ କରି ଫୈଜଲଙ୍କୁ ବିବାହ କରିଥିବା କଥା କହିଥିଲେ । ଏହାପରେ ସେ ନିଜ ପରିବାରକୁ ସୂଚନା ଦେବା ସହ କେମିତି ନିଜ ପରିବାରକୁ ପରୀକ୍ଷା ନାଁରେ ମିଛ କହି ଘରୁ ପଳାୟନ କରିଥିଲେ ସେ କଥା ବି ଭିଡିଓର ମାନିଥିଲେ ।
ତେବେ ନିଖୋଜ ହେବା ପରେ ଯେତେବେଳେ ଶାଲିନୀ ମିଳିନଥିଲେ ତ ତାଙ୍କ ପରିବାର ପୋଲିସ ପାଖରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଏହାପରେ ଶାଲିନୀ ପ୍ରଥମ ଭିଡିଓ ଅପଲୋଡ କରିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା । କାହା ଚାପରେ ନଆସି ସେ ଏପରି କରିଥିବା ସ୍ପଷ୍ଟ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ