ETV Bharat / bharat

ସୀମା ବିବାଦ: ଶୁକ୍ରବାର ପୁଣି ଭାରତ-ଚୀନ ବୈଠକ - india china face off

ଭାରତ-ଚୀନ ସୀମା ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ଶୁକ୍ରବାର ପୁଣିଥରେ ବୈଠକ ହେବ । ସୀମା ପ୍ରସଙ୍ଗକୁ ନେଇ ୱାର୍କିଂ ମେକାନିଜମ ଫର କନସଲଟେସନର ଭର୍ଚୁଆଲ ବୈଠକ ଶୁକ୍ରବାର ଆୟୋଜିତ ହେବ । ଅଧିକ ପଢନ୍ତୁ...

ଭାରତ-ଚୀନ
ଭାରତ-ଚୀନ
author img

By

Published : Jul 9, 2020, 12:26 PM IST

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମାରାଥନ ବୈଠକ ଜାରି ରଖିଛନ୍ତି । ଏହି କ୍ରମରେ ଭାରତ-ଚୀନ ସୀମା ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ଶୁକ୍ରବାର ପୁଣିଥରେ ବୈଠକ ହେବ । ସୀମା ପ୍ରସଙ୍ଗକୁ ନେଇ ୱାର୍କିଂ ମେକାନିଜମ ଫର କନସଲଟେସନର ଭର୍ଚୁଆଲ ବୈଠକ ଶୁକ୍ରବାର ଆୟୋଜିତ ହେବ । ଏନେଇ ବିଶେଷ ସୂତ୍ରରୁ ଜଣାପଡିଛି ।

ତେବେ ବୁଧବାର ପୂର୍ବ ଲଦାଖର ପାଟ୍ରୋଲିଂ ପଏଣ୍ଟ 15 ରେ ସଂଘର୍ଷସ୍ଥଳରୁ ଅସ୍ଥାୟୀ ଶିବିର ସମ୍ପୂର୍ଣ୍ଣ ରୂପରେ ହଟାଇଦେଇଥିଲା ଚୀନ । ଭାରତୀୟ ସୈନିକ ମଧ୍ୟ ସେହି ସ୍ଥଳରୁ ଅସ୍ଥାୟୀ ଶିବିର ପ୍ରତ୍ୟାହାର କରିଥିଲେ । ଚୀନ ସୈନ୍ୟମାନେ ସଂଘର୍ଷ ସ୍ଥାନରେ ସ୍ଥାପିତ ଅସ୍ଥାୟୀ ଭିତ୍ତିଭୂମି ସହିତ ପ୍ରାୟ 2 କିଲୋମିଟର ପଛକୁ ହଟିଥିବା ଭାରତୀୟ ସେନା ସୂତ୍ରରୁ ପ୍ରକାଶ ପାଇଥିଲା । ପାଟ୍ରୋଲିଂ ପଏଣ୍ଟ 15 ରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ମତଭେଦ ଶେଷ ହୋଇଛି। ଚୀନ ସୈନ୍ୟମାନେ ପ୍ରାୟ 2 କିଲୋମିଟର ପଛକୁ ହଟିଛନ୍ତି ବୋଲି ସୂତ୍ର ପକ୍ଷରୁ କୁହାଯାଇଥିଲା ।

ଶାନ୍ତି ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ସୈନ୍ୟମାନଙ୍କ ପ୍ରତ୍ୟାହର ଆବଶ୍ୟକ ବୋଲି ଭାରତ ଏବଂ ଚୀନ ସହମତି ପ୍ରକାଶ କରିଥିଲେ । ସୋମବାର ସକାଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଟେଲିଫୋନିକ୍ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳାପରେ ଉଭୟ ନେତା ଏନେଇ ସହମତି ପ୍ରକାଶ କରିଥିଲେ । ଏଲଏସିରେ ଜାରି ବିବାଦର ସମାଧାନ ଶୀଘ୍ର ହେବା ଉଚିତ ବୋଲି ଉଭୟ ନେତା କହିଥିଲେ । ଏହି ବାର୍ତ୍ତାଳପ ପରେ ଚୀନ ଏବଂ ଭାରତ ସୈନିକଙ୍କ ସଂଘର୍ଷ ସ୍ଥଳରୁ ପଛକୁ ହଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ତେବେ ଭାରତ ମଧ୍ୟ ଏହି ସ୍ଥାନରୁ 1-2 କିଲୋମିଟର ପଛକୁ ହଟିଛି । କିନ୍ତୁ ଗଲୱାନ ଅଞ୍ଚଳରେ ଥିବା ଗଭୀର ଅଞ୍ଚଳରେ ଚୀନର ଭାରୀ ବାହୁବଳୀ ଯାନଗୁଡିକ ଏବେ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ଭାରତୀୟ ସେନା ସତର୍କତାର ସହ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ବୋଲି ସେନା ସୂତ୍ରରୁ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.