ହାଇଦ୍ରାବାଦ: ବିଜେପି ସଦସ୍ୟତା ଅଭିଯାନର ପ୍ରାରମ୍ଭରୁ ଦଳକୁ ବଡ ସଫଳତା ମିଳିଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଭାସ୍କର ରାଓ ଶନିବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।
ଭାରତୀୟ ଜନତା ପାର୍ଟି ଦଳର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ସଦସ୍ୟତା ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନର ଶୁଭାରମ୍ଭ କରିବା ପାଇଁ ଶନିବାର ମୋଦି ବାରାଣାସୀ ଗସ୍ତ କରିଥିବାବେଳେ ଶାହା ହାଇଦ୍ରାବାଦରେ ପହଞ୍ଚିଥିଲେ । ଏଠାରେ ସେ ବିଜେପିର ସଦସ୍ୟତା କାର୍ଡ ଜାରି କରି ଅଭିଯାନର ଶୁଭାରମ୍ଭ କରିଥିଲେ । ସେପଟେ ବେଙ୍ଗାଲୁରୁରେ ବିଜେପି ଦ୍ୱାରା ଆୟୋଜିତ ହୋଇଥିବା ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତୀ ବିଏସ ୟେଦେୟୁରପ୍ପାଙ୍କ ଉପସ୍ଥିତିରେ ଅଲିମ୍ପିକ ବିଜେତା ଅଞ୍ଜୁ ବବି ଜର୍ଜ ବିଜେପିରେ ଯୋଗ ଦେଇଛନ୍ତି ।