ETV Bharat / bharat

ପୁଣି ମଣିଷ କ୍ରୁରତାର ଶିକାର ହେଲା ଆଉ ଏକ ହାତୀ, 2 ଗିରଫ - ତାମିଲନାଡୁ ନ୍ୟୁଜ

ପ୍ରଥମେ କେରଳ ଏବେ ତାମିଲନାଡୁରେ ସୀମା ଲଙ୍ଘିଛି ପଶୁଙ୍କ ପ୍ରତି ମଣିଷର କ୍ରୁରତା । ଅଧିକ ପଢନ୍ତୁ

ପୁଣି ମଣିଷ କ୍ରୁରତାର ଶିକାର ହେଲା ଆଉ ଏକ ହାତୀ

author img

By

Published : Jan 23, 2021, 9:07 PM IST

ଚେନ୍ନାଇ: ମଣିଷ କେତେ ହିଂସ୍ର ହୋଇପାରେ ତାହାର ଗୋଟିଏ ପରେ ଗୋଟିଏ ଜ୍ବଳନ୍ତ ଉଦାହରଣ ଦେଇଚାଲିଛି । ପ୍ରଥମେ କେରଳ ଏବେ ତାମିଲନାଡୁରେ ସୀମା ଲଙ୍ଘିଛି ପଶୁଙ୍କ ପ୍ରତି ମଣିଷର କ୍ରୁରତା ।

ପୁଣି ମଣିଷ କ୍ରୁରତାର ଶିକାର ହେଲା ଆଉ ଏକ ହାତୀ

ତାମିଲନାଡୁର ନିଳଗିରି ଜିଲ୍ଲାରେ କିଛି ଅମାନବିକ ଯୁବକ ଏକ ହାତୀ ଉପରକୁ ଜଳନ୍ତା କପଡା ପକାଇବା ଫଳରେ ହାତୀଟିର ମୃତ୍ୟୁ ଘଟିଛି । ଏହି ଘଟଣାରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି ।

ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିଳଗିରି ଜିଲ୍ଲାର ମଶିଣାଗୁଡିରେ ଥିବା ଏକ ଘରୋଇ ରିସୋର୍ଟର କିଛି ଅମାନବିକ ଯୁବକ 40 ବର୍ଷୀୟ ହାତୀ ଉପରକୁ ଜଳନ୍ତା କପଡା ପିଙ୍ଗିଥିଲେ । ଫଳରେ ହାତୀଟିର କାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।

ଖବର ପାଇ ବନ ବିଭାଗ ଅଧିକାରୀ ହାତୀଟିର ଚିକିତ୍ସା କରିଥିଲେ । ମାତ୍ର ଅସହ୍ୟ ଯନ୍ତ୍ରଣା ସହି ନପାରି ମଙ୍ଗଳବାର ହାତୀଟିର ମୃତ୍ୟୁ ଘଟିଥିଲା ।

ଏପଟେ କିଛି ବ୍ୟକ୍ତି ଘଟଣାର ଭିଡିଓ ରେକଡିଂ କରିଥିଲେ । ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସେପଟେ ଭିଡିଓ ଆଧାରରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛନ୍ତି ।

ଏହା ପୂର୍ବରୁ କେରଳରେ ମଧ୍ୟ କିଛି ଯୁବକ ଏକ ଗର୍ଭବତୀ ହାତୀକୁ ବାଣ ଖୁଆଇ ହତ୍ୟା କରିଥିଲେ । ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ସରକାର ଯଦି ଏଭଳି ଲୋକଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରନ୍ତି ତେବେ ଏପରି ଘଟଣାର ପୁନାରବୃତ୍ତି ହେବନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.