ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ସରକାର ଉତ୍ତର ପ୍ରଦେଶରେ ଲଭ ଜିହାଦ ବିରୋଧରେ ଆଇନକୁ ଅନୁମୋଦନ କରିଛନ୍ତି । ରାଜ୍ୟ କ୍ୟାବିନେଟ ଏହାସହ ଜଡିତ ଏକ ନିୟମକୁ ଅନୁମୋଦନ କରିଛି । ବର୍ତ୍ତମାନ ଏହାର ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ହରିୟାଣା ସରକାରର ମନ୍ତ୍ରୀ ତଥା ଭାରତୀୟ ଜନତା ଦଳର ନେତା ଅନୀଲ ଭିଜ୍ ୟୁପି ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ଏଥିସହ ଖୁବ ଶୀଘ୍ର ହରିୟାଣାରେ ଏଭଳି ଆଇନ ପ୍ରଣୟନ କରାଯିବ ବୋଲି କହିଛନ୍ତି ।
ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ଅନିଲ ଭିଜ୍ ଟ୍ବିଟ୍ କରି କହିଛନ୍ତି, ‘ଉତ୍ତରପ୍ରଦେଶରେ ଲଭ୍ ଜିହାଦ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗୀ କ୍ୟାବିନେଟ ଏହି ଆଇନକୁ ଅନ୍ତିମ ଅନୁମୋଦନ ଦେଇଛନ୍ତି । ଜିନ୍ଦାବାଦ୍ ଆଦିତ୍ୟନାଥ । ହରିୟାଣାରେ ଖୁବ୍ ଶୀଘ୍ର ଏହି ଆଇନ କାର୍ଯ୍ୟକାରୀ କରାଯିବ ’ । ଅନେକ ଦିନ ହେବ ବିଜେପି ଶାସିତ ରାଜ୍ୟ ଗୁଡିରେ ଲଭ୍ ଜିହାଦକୁ ନେଇ ଅନେକ ଆଲୋଚନା କରାଯାଉଛି । ଉତ୍ତରପ୍ରଦେଶରେ ଏହାର ଆରମ୍ଭ ହେବା ସହ ଆଗକୁ ମଧ୍ୟପ୍ରଦେଶ, ହରିୟାଣାରେ ମଧ୍ୟ ଲାଗୁ କରାଯିବ ।
ପ୍ରକାଶଥାଉକି, ୟୁପି ସରକାର ଯେଉଁ ଆଇନ ପାସ୍ କରିଛି, ସେହି ଆଇନ ମୁତାବକ ବିବାହ ବେଳେ ଧୋକା ଦେବା କିମ୍ବା ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କଲେ 10 ବର୍ଷ ଯାଏଁ କାରାଦଣ୍ଡ ଭୋଗିବାକୁ ପଡିବ । ଏହାସହ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ଜିଲ୍ଲାପାଳଙ୍କୁ 2 ମାସ ପୂର୍ବରୁ ସୂଚନା ଦେବାକୁ ପଡିବ ।