ଅମରାବତୀ: କାର୍ଯ୍ୟଭାର ସମ୍ଭାଳିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଶନିବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗମୋହନ ରେଡ୍ଡୀ ରାଜ୍ୟ ସଚିବାଳାୟରେ ନିଜ ପଦର କାର୍ଯ୍ୟଭାର ସମ୍ଭାଳିଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ୱାଇଏସ ଜଗମୋହନ ରେଡ୍ଡୀ ସକାଳ 8ଟା 39ମିନିଟରେ ନିଜର କାର୍ଯ୍ୟଭାର ସମ୍ଭାଲିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର କର୍ମଚାରୀମାନେ ସେଠାରେ ଉପସ୍ଥିତ ରହି ଜଗମୋହନ ରେଡ୍ଡୀଙ୍କୁ ସ୍ବାଗତ କରିଥିଲେ । ତେବେ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳର ବିଭିନ୍ନ ମନ୍ତ୍ରୀମାନେ 11ଟା 49ମିନିଟରେ ଶପଥ ପାଠ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ ଥାଉ କି, ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜଗମୋହନ ରେଡ୍ଡୀଙ୍କ ୱାଇଏସଆରସିପି ଦଳ 175ରୁ 151 ଆସନ ଜିତି ପୂର୍ଣ୍ଣ ବହୁମତ ପାଇଥିଲେ ।