ETV Bharat / bharat

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ - andhrapradesh panchayat election schedule

ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟସୂଚୀକୁ ସ୍ଥଗିତ କଲେ ହାଇକୋର୍ଟ। ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଜାରି କରାଯାଇଥିଲା। ଅଧିକ ପଢ଼ନ୍ତୁ...

ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

author img

By

Published : Jan 11, 2021, 10:10 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟସୂଚୀକୁ ସ୍ଥଗିତ କଲେ ହାଇକୋର୍ଟ। ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଜାରି କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଗତ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜନ ସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। କୋରୋନା ମହାମାରୀ ଆନ୍ଧପ୍ରଦେଶରେ ଉଗ୍ର ରୂପ ନେଇଥିଲା। ଏହି ସମୟରେ ନିର୍ବାଚନ ଲୋକଙ୍କ ଜୀବନକୁ ବିପଦରେ ପକାଇ ପାରେ ବୋଲି ଆଶଙ୍କା କରିଛନ୍ତି ରାଜ୍ୟ ସରକାର।

ଜଷ୍ଟିସ ଗଙ୍ଗା ରାଓଙ୍କ ଏକକ ବିଚାରପତି ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଦାଖଲ ହୋଇଥିବା ମାମଲାରେ ରାଜ୍ୟ ନିର୍ବାଚନ କମିଶନ ଆୟୋଗଙ୍କ କୌଣସି ଯୁକ୍ତି ବାଢ଼ି ପାରି ନାହାନ୍ତି। ଏହି ସମୟରେ ନିର୍ବାଚନ ରାଜ୍ୟରେ କୋଭିଡ ଟିକାକରଣ ପ୍ରକ୍ରିୟା ଉପରେ ବାଧା ସୃଷ୍ଟି କରିବ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ବାଚନ ନକରିବାକୁ କରିଛନ୍ତି ବିଚାରପତି।

ସେପଟେ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ନାପସନ୍ଦ କରିଛି ରାଜ୍ୟ ନିର୍ବାଚନ ଆୟୋଗ। ହାଇକୋର୍ଟ ନିର୍ବାଚନ ଆୟୋଗର ଦୃଷ୍ଟିଭଙ୍ଗୀରୁ ବିଚାର କରୁନଥିବା ଅଭିଯୋଗ ହୋଇଛି। କେବଳ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିଥିବା ଅଭିଯୋଗ କରିଛି ନିର୍ବାଚନ ଆୟୋଗ। ଏକକ ବିଚାରପତିଙ୍କ ଦ୍ବାରା ହୋଇଥିବା ଏହି ଶୁଣାଣି ଗ୍ରହଣ କରୁନାହିଁ ନିର୍ବାଚନ ଆୟୋଗ। ଏଥିପାଇଁ ଡିଭିଜିନାଲ ବେଞ୍ଚରେ ପୁନଃ ନିର୍ବାଚନ ପ୍ରସଙ୍ଗକୁ ନେଇ ଆବେଦନ କରିବାକୁ ପ୍ରସ୍ତୁତ ହେଉଛି ଆନ୍ଧ୍ରପ୍ରଦେଶ ନିର୍ବାଚନ ଆୟୋଗ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.