ଅମରାବତୀ: କୋଭିଡ ଚିକିତ୍ସା ପାଇଁ ଦିନକରେ ଖର୍ଚ୍ଚ ହେଉଛି 10.18 କୋଟି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ । କୋଭିଡ ଟେଷ୍ଟ ପାଇଁ 4.3 କୋଟି ଖର୍ଚ୍ଚ ହେଉଥିବା ବେଳେ ରୋଗୀଙ୍କୁ ଖ୍ୟାଦ୍ୟ ଯୋଗାଇବା ପାଇଁ 1.31କୋଟି ଓ ମେଡିସିନରେ 4.57 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ପୁରା ରାଜ୍ୟରେ 138ଟି କୋଭିଡ ସେଣ୍ଟରର ରହିଛି । କୋଭିଡ ହସପିଟାଲରେ 37,441 ଶର୍ଯ୍ୟା ରହିଥିବା ବେଳେ ସେଥିମଧ୍ୟରୁ 2,462ଟି ସାଧାରଣ ଶର୍ଯ୍ୟା ଓ 11,177 ଟି ଅକ୍ସିଜେନ ବେଡ ରହିଛି । ସେହିପରି, 2,651ଟି ଆଇସିୟୁ ବେଡ ରହିଛି ।
କୋଭିଡ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ 30,887 ନିଯୁକ୍ତି 10 ଦିନ ମଧ୍ୟରେ ପ୍ରଦାନ କରାଯିବ । 21,673 ସ୍ବାସ୍ଥ୍ୟ କର୍ମୀଙ୍କୁ ଚୁକ୍ତି ଭିର୍ତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଛି । ମୋଟ 9,971 ପଦବୀ ମଧ୍ୟରୁ 4,676 ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ 5,295 ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ ହସପିଟାଲ ଗୁଡିକରେ ଆରୋଗ୍ୟଶ୍ରୀ ଯୋଜନାରେ ଆରୋଗ୍ୟ ମିତ୍ର ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମହାରାଷ୍ଟ୍ର ପରେ ଅଧିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିବା ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ । ଆନ୍ଧ୍ରରେ 4.65 ଲକ୍ଷ କୋଭିଡ ମାମଲା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 4,200 ପହଞ୍ଚିଛି ।
@ IANS