ଅମରାବତୀ: ଦେଶରେ ଦ୍ରୁତ ଗତିରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଆନ୍ଧ୍ରପ୍ରଦେଶରେ 15ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଗୁଣ୍ଟୁରର 7ଜଣ , ନେଲୋର 4, କୁର୍ଣ୍ଣୁଲର 2, ଚିତ୍ତୋର ଏବଂ କାଦାପାର ଜଣେ ଜଣେ ରହିଛନ୍ତି । ଶନିବାର ରାତି 9ଟା ଠାରୁ ରବିବାର ସଂଧ୍ୟା 6ଟା ପର୍ଯ୍ୟନ୍ତ ରିପୋର୍ଟ ଅନୁସାରେ, ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି ।
ଏହାସହ ରାଜ୍ୟରେ ମୋଟ COVID-19 ଆକ୍ରାନ୍ତଙ୍କ ସଂଖ୍ୟା 420 କୁ ବୃଦ୍ଧି ପାଇଲା ଏବଂ ମୋଟ ମୃତ୍ୟୁ 7 ଛୁଇଁଛି । ଏହାସହ ରାଜ୍ୟରେ ପ୍ରତିଲୋକଙ୍କୁ 3ଟି ଲେଖାଏଁ ମାସ୍କ ବଣ୍ଟନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି । ରାଜ୍ୟରେ ଥିବା ପ୍ରାୟ 5.3କୋଟି ଲୋକଙ୍କୁ ମାସ୍କ ବଣ୍ଟନ କରାଯିବ ।
@ANI