ETV Bharat / bharat

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ରାଜଭବନର କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ରାଜ୍ୟପାଳଙ୍କ କୋରୋନା ଟେଷ୍ଟ କରାଇବାକୁ ପଡିଥିଲା । ଅଧିକ ପଢନ୍ତୁ....

author img

By

Published : Apr 28, 2020, 8:25 PM IST

ଫାଇଲ ଫଟୋ
ଫାଇଲ ଫଟୋ

ଅମରାବାତୀ: ଆସିଲା ଆନ୍ଧ୍ର ପ୍ରଦେଶ ରାଜ୍ୟପାଳଙ୍କ କୋରୋନା ରିପୋର୍ଟ । ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି । ରାଜଭବନର କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡବା ପରେ ରାଜ୍ୟପାଳଙ୍କ କୋରୋନା ଟେଷ୍ଟ କରାଇବାକୁ ପଡିଥିଲା ।

ସୂଚନା ଯେ, ଆନ୍ଧ୍ର ପ୍ରଦେଶର ରାଜ ଭବନର ଚାରିଜଣ କର୍ମଚାରୀ ମୁଖ୍ୟ ସୁରକ୍ଷା ଅଧିକାରୀ, ନର୍ସ ଓ ଗୃହରକ୍ଷୀ କର୍ମଚାରୀଙ୍କ କୋରୋନା ଟେଷ୍ଟ ପଜେଟିଭ ଆସିଥିଲା । ଏହା ପରେ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ କୋରୋନାଭାଇରସ୍ ପାଇଁ ପରୀକ୍ଷା କରାଯାଇଥିଲା । ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ମୁଖ୍ୟ ସଚିବ ଜୱାହାର ରେଡ୍ଡି ରାଜ୍ୟପାଳଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସିଥିବ ସୂଚନା ଦେଇଛନ୍ତି ।

ମାତ୍ର ରାଜ୍ୟପାଳଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ 14 ଦିନ କ୍ବାରେଣ୍ଟାଇନରେ ରହିବ କି ନାହିଁ ସେ ନେଇ କୌଣସି ଅଧିକାରୀ ସୂଚନା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.