ETV Bharat / bharat

ଆନ୍ଧ୍ରପ୍ରଦେଶରେ କୋରୋନା ସ୍ଥିତି ଚିନ୍ତାଜନକ, ତବଲିଘି ବଢାଉଛି ଟେନସନ

author img

By

Published : Apr 8, 2020, 11:36 PM IST

ବୁଧବାର 19ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 348 ଛୁଇଁଛି । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶରେ କୋରୋନା ସ୍ଥିତି ଚିନ୍ତାଜନକ, ତବଲିଘି ବଢାଉଛି ଟେନସନ
ଆନ୍ଧ୍ରପ୍ରଦେଶରେ କୋରୋନା ସ୍ଥିତି ଚିନ୍ତାଜନକ, ତବଲିଘି ବଢାଉଛି ଟେନସନ

ଅମରାବତୀ: ଆନ୍ଧ୍ରପ୍ରଦେଶରେ କୋରୋନା ଯୋଗୁଁ ବଢୁଛି ଟେନସନ । ଦିଲ୍ଲୀ ତବଲିଘିରୁ ଫେରିଥିବା ଆକ୍ରାନ୍ତଙ୍କ ଯୋଗୁଁ ରାଜ୍ୟରେ ବଢିଛି ପଜିଟିଭ ମାମଲା । ଏପର୍ଯ୍ୟନ୍ତ ବାହାରିଥିବା ପଜିଟିଭ ମାମଲାରୁ ଅଧିକାଂଶ ନିଜାମୁଦ୍ଦିନ ଫେରନ୍ତା ଥିବା ଜଣାପଡିଛି ।

ନୋଡାଲ ଅଫିସର ଅର୍ଜା ଶ୍ରୀକାନ୍ତଙ୍କ ସୂଚନାନୁସାରେ ବୁଧବାର 19ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 348 ଛୁଇଁଛି । ଏଥିରୁ 6 ଜଣ ସୁସ୍ଥ ହୋଇଥିବାବେଳେ 338 ଆକ୍ଟିଭ କେସ ରହିଛି । 4 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଛି ।

ଦିଲ୍ଲୀ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି କୂର୍ଣ୍ଣୋଲ, କ୍ରିଷ୍ଣା, ନେଲ୍ଲୋର ଓ ଗୁଣ୍ଟୁର ଅଧିକ ପ୍ରଭାବିତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଲକଡାଉନ କଟକଣା କଡାକଡି କରାଯାଇଛି । ଏହାସହ ଏହାର ଅବଧି ବୃଦ୍ଧି ପାଇଁ ଚିନ୍ତା କରୁଥିବା ସୂଚନା ମିଳିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.