ETV Bharat / bharat

39 ଲକ୍ଷ ସ୍କୁଲ କିଟ୍ ଯୋଗାଇବେ ଆନ୍ଧ୍ର ସରକାର - ଜଗନନ୍ନା ବିଦ୍ୟା କନୁକା ଯୋଜନା

ଆନ୍ଧ୍ରପ୍ରଦେଶରେ ପ୍ରାୟ 39 ଲକ୍ଷ ସ୍କୁଲ ଯାଉଥିବା ପିଲାଙ୍କୁ ଜଗନନ୍ନା ବିଦ୍ୟା କନୁକା ଯୋଜନା ଅନ୍ତର୍ଗତ ବ୍ୟାଗ, ୟୁନିଫର୍ମ, ପୁସ୍ତକ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ସ୍କୁଲ କିଟ୍ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ...

ପ୍ରାୟ 39 ଲକ୍ଷ ସ୍କୁଲ କିଟ୍ ଯୋଗାଇବେ ଆନ୍ଧ୍ର ସରକାର

author img

By

Published : Aug 5, 2020, 4:12 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ପ୍ରାୟ 39 ଲକ୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଗନନ୍ନା ବିଦ୍ୟା କନୁକା ଯୋଜନା ଅନ୍ତର୍ଗତ ବ୍ୟାଗ, ୟୁନିଫର୍ମ, ପୁସ୍ତକ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ସ୍କୁଲ କିଟ୍ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ମନ ବାଡି ନେଡୁ ନେଡୁ ଯୋଜନାର ପ୍ରଥମ ପର୍ଯ୍ୟାୟ ଅଧୀନରେ 15,715 ବିଦ୍ୟାଳୟର ପୁନଃ ନିର୍ମାଣ କାର୍ଯ୍ୟ ରହିଛି, ଯାହା ଏବେ ଶେଷ ହେବାକୁ ଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ (ସିଏମ୍) ରେଡ୍ଡୀ ତାଡେପାଲ୍ଲୀ କ୍ୟାମ୍ପ କାର୍ଯ୍ୟାଳୟରେ ଶେଷ ପର୍ଯ୍ୟାୟର ସମୀକ୍ଷା କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି।

ଏହାସହ ସେ ଆହୁରି ସୂଚନା ଦେଇଛନ୍ତି ଯେ, ପ୍ରତ୍ୟେକ ବିଦ୍ୟାଳୟରେ ବିଶୁଦ୍ଧ ଜଳ ସୁବିଧା ଯୋଗାଇବା ପାଇଁ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଅବଶିଷ୍ଟ 31,073 ଶିକ୍ଷାନୁଷ୍ଠାନର କାର୍ଯ୍ୟ କରାଯିବ, ଏହାର ମୂଲ୍ୟ 7,700 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ 14,585 ଶିକ୍ଷାନୁଷ୍ଠାନ ଅନ୍ତର୍ଭୁକ୍ତ, ଯାହା ଅଗଷ୍ଟ 31 ସୁଦ୍ଧା ଚିହ୍ନଟ ହେବ ଏବଂ ତୃତୀୟ ପର୍ଯ୍ୟାୟରେ ପ୍ରାୟ 16,489 ଶିକ୍ଷାନୁଷ୍ଠାନ ଜୁନ୍ 30, 2021 ସୁଦ୍ଧା ଚିହ୍ନଟ ହେବ । ଏହି କାର୍ଯ୍ୟ ନଭେମ୍ବର 14, 2021 ସୁଦ୍ଧା ଆରମ୍ଭ ହୋଇ ମାର୍ଚ୍ଚ 31, 2022 ସୁଦ୍ଧା ଶେଷ ହେବ ବୋଲି ବିବୃତ୍ତିରେ କୁହାଯାଇଛି।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.