ETV Bharat / bharat

କ୍ବାରେଣ୍ଟିନରେ ରହିଲେ ଆନ୍ଧ୍ର ସରକାର ଦେବେ 2000 - andhrapradseh govt

କୋରୋନା ସଂକ୍ରମଣ ନ ବ୍ୟାପିବାକୁ ଟିକିଏ ଲକ୍ଷଣ ଦେଖାଗଲେ ସରକାର କ୍ବାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଯାହାକୁ ଅନେକ ଲୋକ ମାନୁଥିବା ବେଳେ ଅନେକ ନିୟମ ଉଲ୍ଳଙ୍ଘନ କରୁଛନ୍ତି । ତେବେ ଏତିକି ବେଳେ ଆନ୍ଧ୍ରସରକାର ଆପଣାଇଛନ୍ତି ଏକ ନୂଆ ଉପାୟ । ଯିଏ କ୍ବାରେଣ୍ଟିନ ପିରିଅଡ ପୁରା କରିବ ତାକୁ ଦେବେ 2000 ଟଙ୍କା । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

କ୍ବାରେଣ୍ଟିନ ପିରିଅଡ ପୁରା କଲେ ଆନ୍ଧ୍ରସରକାର ଦେବେ 2000

author img

By

Published : Apr 17, 2020, 12:56 PM IST

Updated : Apr 17, 2020, 2:39 PM IST

ନୂଆଦିଲ୍ଲୀ: ଲକଡାଉନ ନିୟମ ପାଳନ କରିବାକୁ ପ୍ରତ୍ୟେକ ରାଜ୍ୟରେ ବାରମ୍ବାର ନିବେଦନ କରାଯାଉଛି । ନିୟମ ଉଲ୍ଲଙ୍ଘନ କଲେ ଶକ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ତେବେ ଆନ୍ଧ୍ର ସରକାର ଏକ ନିଆରା ପନ୍ଥା ଆପଣାଇଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଗୁରୁବାର ଘୋଷଣା କରିଛନ୍ତି ଯେ, ତାଙ୍କ ତାଙ୍କ ଅଞ୍ଚଳରେ ଯେଉଁ ଗରିବ ଶ୍ରେଣୀର ବ୍ୟକ୍ତି କ୍ବାରେଣ୍ଟିନ ପୁରା କରିବେ ତାଙ୍କୁ ସରକାର 2000 ଲେଖାଏଁ ଟଙ୍କା ଦାନ କରିବେ ।

ତେବେ ଜଗନ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ କ୍ବାରେଣ୍ଟିନ ପୁରା କରିବା ସହ ତାଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସୁଛି ତାଙ୍କୁ ଜଣକିଆ 2000 ଟଙ୍କା ଲେଖାଏଁ ଦିଆଯିବ । କୋରୋନା ମହାମାରୀ ଉପରେ ହୋଇଥିବା ଏକ ସମୀକ୍ଷା ବୈଠକରେ ଅଧିକାରୀମାନେ ଜଗନ ସରକାରଙ୍କୁ ଏହା କହିଛନ୍ତି ଯ, ସମସ୍ତ ଦିଗ ପ୍ରତି ଦୃଷ୍ଟି ଦିଆଯାଉଛି । ଯେପରି କ୍ବାରେଣ୍ଟିନରେ କୌଣସି ପ୍ରକାର ଅବହେଳା ନହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି । ଆନ୍ଧ୍ରପ୍ରଦେଶରେ ପାଖାପାଖି 5000 ଲୋକ ଅଲଗା ଅଲଗା କ୍ବାରିଣ୍ଟିନ ସେଣ୍ଟରରେ ଅଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ 534 ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Last Updated : Apr 17, 2020, 2:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.