ETV Bharat / bharat

ବିଶାଖାପାଟଣା ଗ୍ୟାସ୍ ଲିକ ଘଟଣା: ଯାଞ୍ଚ ଟିମକୁ ଜୁନ୍ 22 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

author img

By

Published : Jun 10, 2020, 11:57 AM IST

ବିଶାଖାପାଟଣା ଏଲଜି ପଲିମର ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାର ଯାଞ୍ଚ କରୁଥିବା ହାଇ ପାୱାର କମିଟିରେ ଆଉ ଚାରିଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତ ମେ 8ରେ ଗଠିତ ହୋଇଥିବା ଏହି କମିଟିକୁ ରିପୋର୍ଟ ଦାଖଲ କରିବାକୁ ଜୁନ୍ 22 ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି।

_gas leal upadate
ବିଶାଖାପାଟଣା ଗ୍ୟାସ୍ ଲିକ ଘଟଣା

ଅମରାବତୀ: ବିଶାଖାପାଟଣା ଏଲଜି ପଲିମର ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାର ଯାଞ୍ଚ କରୁଥିବା ହାଇ ପାୱାର କମିଟିରେ ଆଉ ଚାରିଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତ ମେ 8ରେ ଗଠିତ ହୋଇଥିବା ଏହି କମିଟିକୁ ରିପୋର୍ଟ ଦାଖଲ କରିବାକୁ ଜୁନ୍ 22 ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇଛି ।

ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଇଏଫଏସଆଣ୍ଡ ଟି ନୀରଭ କୁମାର ପ୍ରସାଦଙ୍କ ନେତୃତ୍ୱରେ ଏହି କମିଟି ଗ୍ୟାସ୍ ଲିକ୍ ପ୍ରତିକ୍ରିୟାରେ ନିଆଯାଇଥିବା ପୁନରୁଦ୍ଧାର ପଦକ୍ଷେପ ଉପରେ ମଧ୍ୟ ନଜର ରଖିବ। ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଚାରିଜଣ ବୈଷୟିକ ବିଶେଷଜ୍ଞ ଏହି କମିଟିରେ ମନୋନୀତ ହୋଇଛନ୍ତି ।

ସେମାନେ ହେଉଛନ୍ତି ଏସ କେ ନାୟକ, ମହାନିର୍ଦ୍ଦେଶକ, ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି), ଆଞ୍ଚଳିକ ନିର୍ଦ୍ଦେଶକ ଭାରତ କୁମାର ଶର୍ମା, ସିପିସିବି ଆର କେ ଏଲାନଗୋଭାନ, ମହାନିର୍ଦ୍ଦେଶକ, ଡିଜିଏଫଏଏସଏଲଆଇ ଏବଂ ଆଇଆଇପି ଡେରାଡୁନ ନିର୍ଦ୍ଦେଶକ ଅଞ୍ଜନ ରାୟ କହିଛନ୍ତି।

ପ୍ରକାଶ ଥାଇକି, ଗତ ମେ 7ରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଆରଆର ଭେଙ୍କଟାପୁରମ ଗ୍ରାମରେ ଥିବା ଏଲଜି ପଲିମର ୟୁନିଟରୁ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ କାରଣରୁ 11 ଜଣ ଲୋକ ପ୍ରାଣ ହରାଇଥିଲେ ।

ସୌଜନ୍ୟ: @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.