ETV Bharat / bharat

ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ - କ୍ଷମା ମାଗିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ନାରାୟଣ ସ୍ବାମୀ ଶନିବାର ରାତିରେ ତବଲିଗୀ ଜମାତ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଅଧିକ ପଢନ୍ତୁ...

Andhra Deputy CM apologises for remark against Tablighi Jamaat
ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ
author img

By

Published : Apr 12, 2020, 7:19 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ନାରାୟଣ ସ୍ବାମୀ ଶନିବାର ରାତିରେ ତବଲିଗୀ ଜାମାତ ବିଷୟରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ନେତା ଟ୍ବିଟ୍‌ କରି କହିଛନ୍ତି, ଯଦି କୋରୋନା ପରୀକ୍ଷା ପାଇଁ ଦିଲ୍ଲୀ ଯାଇଥିବା ସମସ୍ତଙ୍କ ପାଇଁ ବ୍ୟବହାର କରିଥିବା କିଛି ଶବ୍ଦ ଆଘାତ ଦେଇଛି, ତେବେ ସେ ଏଥିପାଇଁ କ୍ଷମା ମାଗୁଛି । ଏହା ସହ ସେ ତୁରନ୍ତ ସେହି ମନ୍ତବ୍ୟ ପ୍ରତ୍ୟାହାର କରୁଛି ବୋଲି ପ୍ରକାଶ କରିଛନ୍ତି ।

  • కరోనా మహమ్మారి నుంచి అందరూ బయటపడాలనే ఉద్దేశ్యంతో ఢిల్లీ వెళ్లి వచ్చిన వారు మరియు వారితో కలిసి మెలిగినవారు పరీక్షలు చేయించుకుని, వైద్యం తీసుకోవాలని విజ్ఞప్తి చేస్తున్న క్రమంలో నా మాటలు ఏవైనా బాధించి ఉంటే క్షమాపణలు కోరుతున్నాను. ఆ వ్యాఖ్యలను తక్షణమే ఉపసంహరించుకుంటున్నాను.

    — K Narayanaswamy - MLA (@NSwamy_MLA) April 11, 2020 " class="align-text-top noRightClick twitterSection" data=" ">

ତବଲିଗୀ ସଦସ୍ୟଙ୍କ ଖାଦ୍ୟ ଅଭ୍ୟାସ ବିଷୟରେ ମନ୍ତବ୍ୟ ଦେଇ ନାରାୟଣ ସ୍ବାମୀଙ୍କୁ ବିଭିନ୍ନ ମହଲରୁ ନିନ୍ଦା ଶୁଣିବାରୁ ପଡିଥିଲା । ପରେ ସେ ଉଲ୍ଲେଖ କରିଥିବା ଭିଡିଓ ନକଲି ବୋଲି ଜଣାପଡିଥିଲା । ସେ ପୁଣି କହିଥିଲେ, ‘ତବଲିଗୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନେ ରାଜ୍ୟକୁ ନ ଆସନ୍ତି । ତେବେ ଆନ୍ଧ୍ରପ୍ରଦେଶରେ 26ରୁ ଅଧିକ କୋରୋନା ପଜିଟିଭ ମାମଲା ରହିବ ନାହିଁ ।’

ନାରାୟଣ ସ୍ବାମୀଙ୍କ ମନ୍ତବ୍ୟକୁ ଧାର୍ମିକ ଦୃଷ୍ଟିକୋଣରୁ ନ ଦେଖିବାକୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଲୋକଙ୍କୁ ନିବେଦନ କରିଥିଲେ । ସେ କହିଥିଲେ ଯେ, ରବିଶଙ୍କର, ଜାଗୀ ବାସୁଦେବ, ମାତା ଅମୃତାନନ୍ଦ, ପଲଧିନାକରନ କିମ୍ବା ଜନ ୱେସଲେଙ୍କ ଘଟଣା ଭଳି ଏହି ରୋଗ ବ୍ୟାପିପାରେ ।

ଜଗନମୋହନ ରେଡ୍ଡୀ କହିଛନ୍ତି, ‘ଆମେ ଲୋକମାନଙ୍କୁ ଭେଦଭାବ କରିବା ଉଚିତ୍ ନୁହେଁ କାରଣ ଏହା ସେହିଭଳି ଘଟିଥିଲା ​​ଏବଂ ଏହାକୁ ସ୍ଥିର କରାଯାଇନଥିଲା । ଆମକୁ ଏକ ଭାରତୀୟ ଭାବରେ ମିଳିତ ଲଢେଇ କରିବାକୁ ହେବ । ଏଥିରେ କୌଣସି ଜାତି କିମ୍ବା ଧର୍ମକୁ ସ୍ଥାନ ନ ଦେବା ଉଚିତ ନୁହେଁ ।’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.