ETV Bharat / bharat

ଆନ୍ଧ୍ରରେ ଲକ୍‌ଡାଉନ୍‌ କଟକଣା: ସହରାଞ୍ଚଳରେ କମିଲା ଜରୁରୀ ସାମଗ୍ରୀ କିଣାର ସମୟ ସୀମା

author img

By

Published : Mar 29, 2020, 11:11 PM IST

ଧୀରେ ଧୀରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେପଟେ ଏହାକୁ ନଜରରେ ରଖି ଆନ୍ଧ୍ର ସରକାର ଲକ ଡାଉନ ନିୟମକୁ ଆହୁରୀ କଡାକଡି କରିଛନ୍ତି । ଅଧିକ ପଢନ୍ତୁ.

ଆନ୍ଧ୍ରରେ ବଢିଲା ଲକ୍‌ଡାଉନ୍‌ କଟକଣା, କମିଲା ଅତ୍ୟାବଶକୀୟ ସାମଗ୍ରୀ ସମୟ
ଆନ୍ଧ୍ରରେ ଲକ୍‌ଡାଉନ୍‌ କଟକଣା: ଜରୁରୀ ସାମଗ୍ରୀ କିଣାର କମିଲା ସମୟ ସୀମା

ଅମରାବତୀ: ଆନ୍ଧ୍ରରେ କଡାକଡି ହେଲା ଲକଡାଉନ ନିୟମ । ଅତ୍ୟାବଶକୀୟ ସାମଗ୍ରୀ ପାଇଁ ବଢିଲା ସମୟସୀମା । କୋରୋନା ଭାଇରସର ଚେନକୁ ରୋକିବାକୁ ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ସମୟ ସୀମାକୁ 2ଘଣ୍ଟା କମାଇ ଦିଆଯାଇଛି ।

ପୂର୍ବରୁ ସହରାଞ୍ଚଳ ଲୋକଙ୍କ ପାଇଁ ଅତ୍ୟାବଶକୀୟ ସାମଗ୍ରୀ କିଣିବାକୁ ସକାଳ 6ରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ ହୋଇଥିଲା । ଯାହାକୁ ଏବେ 2 ଘଣ୍ଚା ହ୍ରାସ କରାଯାଇ ସକାଳ 6ରୁ ପୂର୍ବାହ୍ନ 11ଟା ଯାଏଁ କରାଯାଇଛି । କିନ୍ତୁ ଗ୍ରାମାଞ୍ଚଳରେ ପୂର୍ବ ନିର୍ଦ୍ଧାରିତ ସମୟ ରହିଛି ।

ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ଲୋକେ ଏହି ମାହାମାରୀ ଶିକାର ହେଉଥିବା ଦେଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନେତ୍ବତ୍ବରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ରାଜ୍ୟରେ 19ଟି କୋରୋନା ମାମଲା ସାମନାକୁ ଆସିଥିବାବେଳେ, ରବିବାର କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି ।

ସେପଟେ, ରାଜ୍ୟରେ ଫସି ରହିଥିବା ଅନ୍ୟ ରାଜ୍ୟର ଦିନ ମଜୁରିଆ ଓ ଶ୍ରମିକଙ୍କୁ ରହିବା ଓ ଖାଦ୍ୟର ବନ୍ଦୋବସ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.