ETV Bharat / bharat

ନୂଆ ହଂକଂ ଭାବରେ ବିକଶିତ ହେବ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ

author img

By

Published : Oct 4, 2020, 9:38 AM IST

ହଂକଂର ଆନ୍ଦୋଳନକାରୀମାନେ ଚାହାଁନ୍ତି ଯେ, ଦ୍ବିତୀୟ ବିଶ୍ବ ମହାଯୁଦ୍ଧ ପରବର୍ତ୍ତୀ ସମୟରେ ସଂଯୁକ୍ତ ଗଣରାଜ୍ୟ ବା ୟୁକେ ଓ ଚୀନ ମଧ୍ୟରେ ସଂପାଦିତ ରାଜିନାମାକୁ ଚୀନ ଅନୁସରଣ କରୁ । 1997 ମସିହା ଜୁଲାଇ 1 ତାରିଖ ଦିନ ୟୁକେ ଶାନ୍ତିପୂର୍ଣ୍ଣ ଭାବରେ ହଂକଂକୁ ଚୀନ ହାତରେ ଟେକି ଦେଇଥିଲା । ଅଧିକ ପଢନ୍ତୁ...

Andaman & Nicobar Islands, Hong Kong, Andaman & Nicobar Islands as a new Hong Kong, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ହଂକଂ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ନୂଆ ହଂକଂ
ନୂଆ ହଂକଂ ଭାବରେ ବିକଶିତ ହେବ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ

କୋଭିଡ୍‌-19 ବିଶ୍ବ ମହାମାରୀକୁ କେନ୍ଦ୍ର କରି ସାରା ବିଶ୍ବରେ ଚୀନ ବିରୋଧୀ ମନୋଭାବ ବୃଦ୍ଧି ପାଉଥିବା ବେଳେ 2020 ମେ ମାସରେ ଚୀନ ହଂକଂରେ କଠୋର ସୁରକ୍ଷା ଆଇନ ଜାରି କରିଥିଲା । ଏହା ଫଳରେ, ହଂକଂରେ 2019 ମସିହା ମଧ୍ୟ ଭାଗରୁ ଗଣତନ୍ତ୍ର ସପକ୍ଷରେ ଚାଲିଥିବା ବିରାଟ ପ୍ରତିବାଦ ଆନ୍ଦୋଳନ ହଠାତ୍‌ ହିଂସାତ୍ମକ ମୋଡ଼ ନେଲା । ବିଦେଶୀ ଶକ୍ତି ସହିତ ହାତ ମିଳାଇଥିବା ଅଭିଯୋଗରେ ଶହ ଶହ ଆନ୍ଦୋଳନକାରୀଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହିତ ଜେଲରେ ପୂରାଇ ଦିଆଗଲା ।

ହଂକଂର ଆନ୍ଦୋଳନକାରୀମାନେ ଚାହାଁନ୍ତି ଯେ, ଦ୍ବିତୀୟ ବିଶ୍ବ ମହାଯୁଦ୍ଧ ପରବର୍ତ୍ତୀ ସମୟରେ ସଂଯୁକ୍ତ ଗଣରାଜ୍ୟ ବା ୟୁକେ ଓ ଚୀନ ମଧ୍ୟରେ ସଂପାଦିତ ରାଜିନାମାକୁ ଚୀନ ଅନୁସରଣ କରୁ । 1997 ମସିହା ଜୁଲାଇ 1 ତାରିଖ ଦିନ ୟୁକେ ଶାନ୍ତିପୂର୍ଣ୍ଣ ଭାବରେ ହଂକଂକୁ ଚୀନ ହାତରେ ଟେକି ଦେଇଥିଲା । ଏହାର ପ୍ରତିବଦଳରେ, ହଂକଂରେ ପ୍ରଚଳିତ ବ୍ରିଟିଶ ପୁଞ୍ଜିବାଦ ଓ ଆଇନ ବ୍ୟବସ୍ଥାକୁ ଆଉ 50 ବର୍ଷ ଯାଏ, ଅର୍ଥାତ୍‌ 2047 ପର୍ଯ୍ୟନ୍ତ ଜାରି ରଖିବ ବୋଲି ଚୀନ ନିର୍ଭର ପ୍ରତିଶ୍ରୁତି ଦେଇଥିଲା ।

କିନ୍ତୁ ଏବେ, ୟୁକେ ସହିତ ସଂପାଦିତ ରାଜିନାମାକୁ ସମ୍ମାନ ଦେବାକୁ ଚୀନ ଚାହୁଁନାହିଁ ବୋଲି ସ୍ପଷ୍ଟ ସଂକେତ ମିଳିଲାଣି । ଏହି କାରଣରୁ ଏକ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ଓ ମୁକ୍ତ ବନ୍ଦର ରୂପେ ଗଢ଼ି ଉଠୁଥିବା ହଂକଂର ଭବିଷ୍ୟତ ବିପନ୍ନ ହେବାର ଆଶଙ୍କା ଦେଖାଦେଲାଣି ।

ପରିଣାମ ସ୍ବରୂପ, ବିଭିନ୍ନ ବ୍ୟାବସାୟିକ ସଂସ୍ଥା - ନିର୍ଦ୍ଦିଷ୍ଟ ଭାବେ ୟୁରୋପ, ଏସିଆ ଏବଂ ଭାରତୀୟ ଉପ ମହାଦେଶରୁ ଯାଇ ହଂକଂରେ ବସବାସ କରୁଥିବା 8% ଅଣ-ଚୀନା ଜାତି ଗୋଷ୍ଠୀଭୁକ୍ତ ବ୍ୟବସାୟୀମାନେ- କାଳବିଳମ୍ବ ନ କରି ବିକଳ୍ପ ସ୍ଥାନକୁ ପଳାଇ ଯିବାକୁ ମସୁଧା କରୁଛନ୍ତି ।

ହଂକଂର ଦକ୍ଷିଣ-ପଶ୍ଚିମରେ ରହିଥିବା ସିଙ୍ଗାପୁର (ଅନ୍ୟ ଏକ ଅଗ୍ରଣୀ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର) ମାଲାକ୍କା ପ୍ରଣାଳୀର ପୂର୍ବପଟ ପ୍ରବେଶ ପଥରେ ଅବସ୍ଥିତ । ମାଲାକ୍କା ପ୍ରଣାଳୀର ପଶ୍ଚିମ ପଟ ପ୍ରବେଶ ପଥରେ ରହିଛି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ: ଭାରତ ମହାସାଗରକୁ ପ୍ରବେଶ ଦ୍ବାର । ମୋଟ 572ଟି ଦ୍ବୀପକୁ ନେଇ ଗଠିତ ଏହି ଦ୍ବୀପ ସମୂହର ସର୍ବମୋଟ କ୍ଷେତ୍ରଫଳ ହେଉଛି 8259 ବର୍ଗ କିଲୋମିଟର ।

ଏହି ଦ୍ବୀପ ସମୂହ ମଧ୍ୟରୁ, ନିକୋବର ହେଉଛି ମାଲାକ୍କା ପ୍ରଣାଳୀର ପଶ୍ଟିମ ପ୍ରବେଶପଥ ନିକଟବର୍ତ୍ତୀ ଦ୍ବୀପ । ଏହାର ପର୍ବତୀୟ କ୍ଷେତ୍ର ଦେଇ ପ୍ରବାହିତ 5ଟି ନଦୀରେ ପ୍ରଚୁର ମଧୁର ପାଣି ରହିଛି । 1044 ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏହି ଦ୍ବୀପଟି ସିଙ୍ଗାପୁର (720 ବର୍ଗ କିଲୋମିଟର) ତୁଳନାରେ ବଡ଼, କିନ୍ତୁ ହଂକଂ (1,106 ବର୍ଗ କିଲୋମିଟର)ଠାରୁ ସାମାନ୍ୟ ଛୋଟ ।

ଘଟଣାକ୍ରମରେ, 1962 ମସିହା ଚୀନ ସହ ଯୁଦ୍ଧରେ ପରାସ୍ତ ହେବା ପରେ, ଭାରତର 330 ଜଣ ପୂର୍ବତନ ସାମରିକ କର୍ମଚାରୀଙ୍କ ପରିବାର ନିକୋବର ଦ୍ବୀପରେ ଅବସ୍ଥାପିତ ହୋଇଥିଲେ । ସୀମା ସଡ଼କ ସଂଗଠନ ବା ବର୍ଡର ରୋଡ୍‌ ଅର୍ଗାନାଇଜେସନ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରିଥିଲା ।

ପ୍ରତିରକ୍ଷା ଦୃଷ୍ଟିକୋଣରୁ ଏହାର ରଣନୈତିକ ଅବସ୍ଥିତି ବ୍ୟତୀତ ନିକୋବର ଦ୍ବୀପରେ ବ୍ୟବସାୟ ଭିତ୍ତିକ ସମ୍ଭାବନାକୁ ବହୁ ପୂର୍ବରୁ ଅନୁମାନ କରାଯାଇଥିଲା । 1970 ମସିହାରେ ଭାରତର ବାଣିଜ୍ୟ ଉନ୍ନୟନ ସଂଗଠନ (TPO) ପକ୍ଷରୁ ପ୍ରକାଶିତ ଏକ ବିସ୍ତୃତ ରିପୋର୍ଟରେ କୁହାଯାଇଥିଲା: 1997ରେ ଯେତେବେଳେ ବ୍ରିଟିଶ ହଂକଂକୁ ଛାଡ଼ି ପଳାଇବେ ଏବଂ ଚୀନର ମୁଖ୍ୟ ଭୂଭାଗ ସହିତ ହଂକଂର ମିଶ୍ରଣ ହେବ, ସେଠାକାର ଅଣ-ଚୀନା ବ୍ୟାବସାୟିକ ଗୋଷ୍ଠୀ ଏକ ଅନୁରୂପ ସ୍ଥାନରେ ପୁନର୍ବାସ ସ୍ଥାପନ ଲାଗି ଇଚ୍ଛା କରିବେ । ଯଦି ଏକ ମୁକ୍ତ ବନ୍ଦର ରୂପରେ ବିକଶିତ ହୁଏ, ତେବେ ଏହି ବ୍ୟକ୍ତିମାନଙ୍କୁ ଆକର୍ଷିତ କରିବା ଲାଗି ନିକୋବର ଦ୍ବୀପର ପ୍ରଭୂତ ସାମର୍ଥ୍ୟ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ହଂକଂର ମୋଟ 75 ଲକ୍ଷ ଲୋକସଂଖ୍ୟାରୁ ଅଧିକାଂଶ ଚୀନର ମୂଳ ଅଧିବାସୀ । କିନ୍ତୁ ଏଠାରେ 8% ଅଣ-ଚୀନ ଜାତି ଗୋଷ୍ଠୀର ଲୋକ ଅଛନ୍ତି, ଯେଉଁମାନେ କି ମୂଳତଃ ଭାରତ, ପାକିସ୍ତାନ, ବାଂଲାଦେଶ ଓ ଫିଲିପାଇନ୍ସରୁ ଆସିଛନ୍ତି । ହଂକଂରେ ପ୍ରାୟ 22,000 ଭାରତୀୟ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ କରି ବେଶ୍‌ ସଫଳତା ଅର୍ଜନ କରିଛନ୍ତି ।

ସେତେବେଳେ କାର୍ଯ୍ୟକାରୀ କରାଯାଇ ନଥିବା 1970ର ଏହି ବାଣିଜ୍ୟ ଉନ୍ନୟନ ସଂଗଠନ ରିପୋର୍ଟ ଏବେ ନିରାଟ ସତ୍ୟ ବଚନରେ ପରିଣତ ହୋଇଛି । ଚୀନ ଦ୍ବାରା କଠୋର ସୁରକ୍ଷା ଆଇନ ଲାଗୁ ହେବା ପରେ ହଂକଂରେ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଥିବା ଅନେକ ଅଣ-ଚୀନା ବ୍ୟାବସାୟିକ ଗୋଷ୍ଠୀ ଏବେ ବ୍ୟାକୁଳ ଭାବରେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ପଥରେ ଅବସ୍ଥିତ ଏଭଳି ଏକ ସ୍ଥାନର ସନ୍ଧାନ କରୁଛନ୍ତି ଯାହାର କି ଏକ ମୁକ୍ତ ବନ୍ଦର ରହିଥିବ ।

ଏହି ସନ୍ଦର୍ଭରେ, ଗତ ଅଗଷ୍ଟ 10 ତାରିଖ ଦିନ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଦ୍ବାରା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସମୁଦ୍ର ତଳ ଅପ୍‌ଟିକାଲ ଫାଇବର ପ୍ରକଳ୍ପ ଉଦ୍‌ଘାଟନ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । ଏହି ପ୍ରକଳ୍ପରେ 1,224 କୋଟି ଟଙ୍କା ବ୍ୟୟରେ ଚେନ୍ନାଇରୁ ଏହି ଦ୍ବୀପ ସମୂହ ପର୍ଯ୍ୟନ୍ତ 2,312 କିଲୋମିଟର ଲମ୍ବା ସମୁଦ୍ର ଶଯ୍ୟାରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ଲାଗି କେବଲ ବିଛାଯିବ ।

ଅଗଷ୍ଟ 10 ତାରିଖରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ ବହୁ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରସଙ୍ଗ ରହିଥିଲା । ସେ କହିଥିଲେ ଯେ, ଏହି ଦ୍ବୀପପୁଞ୍ଜରେ ଅପ୍‌ଟିକାଲ ଫାଇବର ସଂଯୋଗ ଯୋଗୁଁ ଭାରତର ପୂର୍ବବର୍ତ୍ତୀ ଭାଗର ବିକାଶ ଲାଗି ପ୍ରଣୀତ ନୀତି ବା ‘ଆକ୍‌ଟ ଇଷ୍ଟ ପଲିସି’ରେ ଏକ ନୂତନ ଦିଗ ଉନ୍ମୋଚିତ ହେବ । ବର୍ତ୍ତମାନ ଦ୍ବୀପରେ ରହିଥିବା ବିମାନ ବନ୍ଦରଗୁଡ଼ିକର ବିକାଶ କରାଯିବ ଏବଂ ଅଧିକ ବିମାନ ଅବତରଣ କେନ୍ଦ୍ର ଗଠିତ ହେବ । ଏହି ଅଞ୍ଚଳ ଦେଇ ଯାତାୟାତ କରୁଥିବା ଅନ୍ତର୍ଜାତୀୟ ମାଲବାହୀ ଜାହାଜଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ ଲାଗି ଏହି ଦ୍ବୀପ ସମୂହର ଉପଯୋଗ କରାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାର ସମୀପବର୍ତ୍ତୀ ମାଲାକ୍କା ପ୍ରଣାଳୀ ହେଉଛି ଅନ୍ତର୍ଜାତୀୟ ବାଣିଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ସାମୁଦ୍ରିକ ପଥ । ପ୍ରତି ବର୍ଷ ଦକ୍ଷିଣ ଚୀନ ସାଗରରୁ ମାଲାକ୍କା ପ୍ରଣାଳୀକୁ ଆସୁଥିବା ଏବଂ ସେଠାକୁ ଯାଉଥିବା ପ୍ରାୟ 70,000 ଜାହାଜ ଏହି ପଥ ଦେଇ ଚଳାଚଳ କରିଥାଏ । ସାରା ବିଶ୍ବର 25% ତୈଳ ପରିବହନ ଏହି ସାମୁଦ୍ରିକ ପଥରେ ହୋଇଥାଏ, ଯାହାକି ଦିନକୁ 150 ଲକ୍ଷ ବ୍ୟାରେଲରୁ ଅଧିକ । ଏହା ବ୍ୟତୀତ, ଭାରତ, ଅଷ୍ଟ୍ରେଲିଆ, ଆଫ୍ରିକା, ୟୁରୋପ ଏବଂ ଅନ୍ୟ ଅନେକ ଏସୀୟ ଦେଶରୁ ଆସୁଥିବା କିମ୍ବା ସେଠାକୁ ଯାଉଥିବା ବହୁ ସଂଖ୍ୟକ ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଜାହାଜ ମାଲାକ୍କା ପ୍ରଣାଳୀ ଦେଇ ଯାତାୟାତ କରୁଥିବାରୁ ରଣନୈତିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ବ ବୃଦ୍ଧି ପାଇବାରେ ଲାଗିଛି ।

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ଅନ୍ତର୍ଜାତୀୟ ଜାହାଜ ମରାମତି କେନ୍ଦ୍ର ରୂପେ ଗଢ଼ିବାର ଯୋଜନା ସଂପର୍କରେ ପ୍ରଧାନ ମନ୍ତ୍ରୀଙ୍କ ବକ୍ତବ୍ୟରୁ ଏହି ଦ୍ବୀପ ସମୂହ ପାଇଁ ଭାରତର ଭବିଷ୍ୟତ ଯୋଜନା ସଂପର୍କରେ ସମ୍ୟକ୍‌ ସଂକେତ ମିଳିଥାଏ । ବିଶେଷତଃ ଭାରତ-ଚୀନ ସମ୍ବନ୍ଧରେ ତିକ୍ତତା ବୃଦ୍ଧି ପାଇବା ପରେ ହିଁ ବାଣିଜ୍ୟ ଉନ୍ନୟନ ସଂଗଠନ ପକ୍ଷରୁ 1970ରେ ପ୍ରକାଶିତ ରିପୋର୍ଟର ଉପଯୋଗିତାକୁ ଶେଷରେ ଭାରତ ଆଭ୍ୟନ୍ତରୀଣ ଭାବରେ ସ୍ବୀକାର କରିଛି ।

ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ଯେ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସଂଘଟିତ ଘଟଣାବଳୀ ଏକ ନିର୍ଦ୍ଦିଷ୍ଟ ରୂପରେଖକୁ ସୂଚାଇ ଦିଏ । ନିକୋବର ଦ୍ବୀପରେ ଏକ ‘କଣ୍ଟେନର ଟ୍ରାନ୍‌ସ-ସିପ୍‌ମେଣ୍ଟ ଟର୍ମିନାଲ’(CTT) ନିର୍ମାଣ କରିବା ସକାଶେ 2019 ମସିହା ଶେଷ ଭାଗରେ ଆଣ୍ଡାମାନ ଓ ନିକୋବର (ଏକ କେନ୍ଦ୍ରଶାସିତ ଅଞ୍ଚଳ) ପ୍ରଶାସନ ଏକ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଘୋଷଣା କରିଥିଲେ । 10,000 କୋଟି ଟଙ୍କା ବ୍ୟୟବରାଦ ସମ୍ବଳିତ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 2025 ସୁଦ୍ଧା ସଂପୂର୍ଣ୍ଣ ହେବ । ଏହି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣରୁ ଚୀନର କମ୍ପାନିଗୁଡ଼ିକୁ ‘ଅନୌପଚାରିକ ଭାବରେ’ ଦୂରେଇ ରଖାଯାଇଛି ।

ତେବେ, ନିକୋବର ଦ୍ବୀପକୁ ଏକ ମୁକ୍ତ ବନ୍ଦର କରି ଗଢ଼ି ତୋଳିବା ଦିଗରେ ପ୍ରସ୍ତାବିତ CTT ହେଉଛି କେବଳ ପ୍ରଥମ ପଦକ୍ଷେପ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଚଳିତ ଭାରତୀୟ ବ୍ୟବସ୍ଥା ବହିର୍ଭୂତ ଏକ ନୂତନ ଟିକସ ପ୍ରଣାଳୀ ଲାଗୁ କରିବାକୁ ହେବ । ଏଥିପାଇଁ ଏହାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ପ୍ରାଶାସନିକ ନିୟନ୍ତ୍ରଣରୁ ବାହାର କରି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମିଳିତ ତତ୍ତ୍ବାବଧାନରେ ରଖିବାକୁ ପଡ଼ିବ ।

ଅନ୍ୟ ଏକ ଦୃଷ୍ଟିକୋଣରୁ, ସାମରିକ କ୍ଷେତ୍ରରେ ମଧ୍ୟ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ପ୍ରଭୂତ ଗୁରୁତ୍ବ ରହିଛି । ସଂପ୍ରତି ଏକ ବିବାଦୀୟ ଅଞ୍ଚଳରେ ପରିଣତ ହୋଇଥିବା ଦକ୍ଷିଣ ଚୀନ ସାଗର ନିକଟରେ ଏହା ଅବସ୍ଥିତ । ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହିତ ଦକ୍ଷିଣ-ପୂର୍ବ ଏସୀୟ ସଂଗଠନ (ASEAN)ର ଅନେକ ସଦସ୍ୟ ରାଷ୍ଟ୍ର ମଧ୍ୟ ଦକ୍ଷିଣ ଚୀନ ସାଗରରେ ଚୀନର ଆକ୍ରମଣାତ୍ମକ ମନୋଭାବ ବୃଦ୍ଧିକୁ ବିରୋଧ କରିଛନ୍ତି । ଦକ୍ଷିଣ-ପୂର୍ବ ଏସୀୟ ସଂଗଠନର ବହୁ ସଦସ୍ୟ ରାଷ୍ଟ୍ର - ନିର୍ଦ୍ଦିଷ୍ଟ ଭାବରେ ଇଣ୍ଡୋନେସିଆ, ଲାଓସ୍‌, କମ୍ବୋଡିଆ, ମାଲେସିଆ, ଫିଲିପାଇନ୍‌ସ, ଥାଇଲାଣ୍ଡ ଏବଂ ଭିଏତନାମ- ଦକ୍ଷିଣ ଚୀନ ସାଗରରେ ଚୀନ ସାମରିକ ବାହିନୀର ଉପସ୍ଥିତି ବୃଦ୍ଧିକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଏହି ଦ୍ବୀପ ସମୂହର କ୍ୟାମ୍ପବେଲ ଉପସାଗରରେ ଅବସ୍ଥିତ ଏକ ମାଲବାହୀ ଜାହାଜ ବନ୍ଦର ନିକଟରେ ‘ବାଜ୍‌’ ନାମକ ଭାରତୀୟ ବାୟୁସେନାର ଏକ ବିମାନ ଘାଟି ସ୍ଥାପିତ ହୋଇସାରିଛି ।

କେତେକ ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ, ଏହି ଦ୍ବୀପ ସମୂହରେ ନିଜର ସାମରିକ ସଂସ୍ଥାଗୁଡ଼ିକର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଚତୁର୍ଦ୍ଦେଶୀୟ ସଂଗଠନ ବା ‘କ୍ବାଡ୍‌’ର ଅନ୍ୟ 3ଟି ସଦସ୍ୟ ରାଷ୍ଟ୍ର ସହାୟତାରେ ଏଠାରେ ଏକ ସାଧାରଣ ସାମରିକ ଘାଟି ପ୍ରତିଷ୍ଠା ନିମନ୍ତେ ଭାରତ ବେଶ୍‌ ଆଗ୍ରହୀ । ଦକ୍ଷିଣ ଚୀନ ସାଗରରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରତିହତ କରିବା ଲାଗି ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ‘କ୍ବାଡ୍‌’ ବା ଚତୁର୍ପାକ୍ଷିକ ସୁରକ୍ଷା ବାର୍ତ୍ତାଳାପ ନାମକ ଏକ ସାମରିକ ମେଣ୍ଟ ଗଠିତ ହେବାକୁଯାଉଛି । ‘କ୍ବାଡ୍‌’ର ବାସ୍ତବ ଗଠନ ଦିଗରେ ପ୍ରଥମ ପଦକ୍ଷେପ ସ୍ବରୂପ, ଅଗଷ୍ଟ 2020ରୁ ସମସ୍ତ 4ଟି ‘କ୍ବାଡ୍‌’ସଦସ୍ୟ ରାଷ୍ଟ୍ରର ବୈଦେଶିକ ବ୍ୟାପାର ମନ୍ତ୍ରୀମାନେ ସାପ୍ତାହିକ ଭିତ୍ତିରେ ନିୟମିତ ଅନଲାଇନ ବୈଠକର ଆୟୋଜନ କରିଆସୁଛନ୍ତି ।

ପ୍ରକୃତରେ, ବହୁ ପୂର୍ବରୁ ‘କ୍ବାଡ୍‌’ ଗଠନର ସୂତ୍ରପାତ ହୋଇସାରିଥିଲା । 2017ରେ ଚୀନ ସହ ଡୋକଲାମରେ ମୁହାଁମୁହିଁ ସ୍ଥିତି ଅବସରରେ ଭାରତ, ଜାପାନ ଏବଂ ଆମେରିକା ପକ୍ଷରୁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ମିଳିତ ସାମରିକ ଅଭ୍ୟାସ କରାଯାଇଥିଲା । ସଂପ୍ରତି ଚୀନ ସହ ଲଦାଖରେ ଲାଗି ରହିଥିବା ସୀମା ବିବାଦ ସମୟରେ ହିଁ ଆମେରିକା ଏହାର ଆଣବିକ ଶକ୍ତିସଂପନ୍ନ ୟୁଏସ୍‌ଏସ୍‌-ନିମିଜ୍‌ ନାମକ ଯୁଦ୍ଧଜାହାଜକୁ ଦକ୍ଷିଣ ଚୀନ ସାଗର ମଧ୍ୟ ଦେଇ ପଠାଇଥିଲା ଏବଂ ଗତ ଜୁଲାଇ 20 ତାରିଖ ଦିନ ଭାରତୀୟ ବାୟୁସେନାର ଯୁଦ୍ଧ ଜାହାଜ ସହିତ ମଶି ଆଣ୍ଡାମାନ ଦ୍ବୀପରେ ମିଳିତ ସମରାଭ୍ୟାସ କରିଥିଲା ।

ସଂଯୋଗବଶତଃ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଭାରତର ଏକମାତ୍ର ଅଞ୍ଚଳ ଯାହାକି ଦ୍ବିତୀୟ ବିଶ୍ବ ମହାଯୁଦ୍ଧ ସମୟରେ ସାଢ଼େ ତିନି ବର୍ଷ କାଳ ଜାପାନ କର୍ତ୍ତୃତ୍ବାଧୀନ ରହିଥିଲା । ଭାରତ ଭଳି ଚୀନ ସହ ସୀମା ବିବାଦରେ ଛନ୍ଦି ହୋଇପଡ଼ିଥିବା ଜାପାନ ମଧ୍ୟ ଏହି ଦ୍ବୀପ ସମୂହର ବିକାଶ ଦିଗରେ ପ୍ରବଳ ଆଗ୍ରହ ପ୍ରକାଶ କରିଛି । ହେଲେ, ଏହି ଦ୍ବୀପ ସମୂହରେ ଆଶାନୁରୂପ ବିକାଶ କରିବା ଏକ ସୁଦୂରପ୍ରସାରୀ ପ୍ରୟାସ ଏବଂ ଏଥିପାଇଁ 12ରୁ 16 ବର୍ଷର ନିରନ୍ତର କାର୍ଯ୍ୟ ସଂପାଦନର ଆବଶ୍ୟକତା ରହିଛି । ଯଦି ଭାରତରେ ରାଜନୈତିକ ସ୍ଥିରତା ରହେ ଏବଂ 2024 ସାଧାରଣ ନିର୍ବାଚନ ପରେ କ୍ଷମତାସୀନ ସରକାର ଦ୍ବାରା ଏହି ଦ୍ବୀପ ସମୂହରେ ଆବଶ୍ୟକ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସଂପର୍କିତ ବିକାଶର ଧାରା ଅବିରତ ରହେ, ତେବେ ଏକ ବୃହତ୍‌ ମୁକ୍ତ ବାଣିଜ୍ୟ ଅଞ୍ଚଳ ଭାବରେ ଏବଂ ‘କ୍ବାଡ୍‌’ ରାଷ୍ଟ୍ର ସମୂହର ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ରୂପେ ଉଭା ହେବାର ସମସ୍ତ ସାମର୍ଥ୍ୟ ଏହି ଦ୍ବୀପପୁଞ୍ଜର ରହିଛି ।

ରାଜୀବ ରାଜନ, ସ୍ବତନ୍ତ୍ର ସମ୍ବାଦଦାତା, ଇନ୍ନାଡୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.