ETV Bharat / bharat

ଅନନ୍ତନାଗରେ ଏନକାଉଣ୍ଟର, 2 ଆତଙ୍କୀ ନିହତ - Anantnag

ପୁଣି ଅଶାନ୍ତ ଭାରତ-ପାକ ସୀମା । ସକାଳୁ ଉଭୟ ପଟୁ ଗୁଳିବିନିମୟ ଜାରି ରହିଥିବା ବେଳେ ଭାରତୀୟ ସେନା ଏନକାଉଣ୍ଟରରେ 2 ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିସହ ଜଣେ ସେନା ଅଧିକାରୀଙ୍କ ସମେତ 3 ଯବାନ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 17, 2019, 3:32 PM IST

ଅନନ୍ତନାଗ: ଜମ୍ମୁ-କାଶ୍ମରୀ ଅନନ୍ତନାଗ ଅଞ୍ଚଳରେ ଜାରି ରହିଛି ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଗୁଳିବିନିମୟରେ ଜଣେ ସେନା ଅଧିକାରୀଙ୍କ ସହିତ 3ଜଣ ଯବାନ ଆହତ ହୋଇଥିବା ବେଳେ 2 ଆତଙ୍କୀ ନିପାତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମରୀ ଡିଜିପି ଦିଲବଗ ସିଂ ।

ରାଷ୍ଟ୍ରୀୟ ରାଇଫଲ ଓ ରାଜ୍ୟ ପୋଲିସର ସ୍ପେଶାଲ ଟିମ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ବିଦୁରା ଗାଁରେ ଅପରେସନ ଜୋରଦାର କରାଯାଇଥିଲା । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେବି ଗୁଳିବିନିମୟ ଜାରି ରହିଥିବା କହିଛନ୍ତି ପୋଲିସ ।

ସୂଚନାନୁଯାୟୀ, ଗତ ଜୁନ 12ରେ ଅନନ୍ତନାଗରେ ସିଆରପିଏଫର 5 ଜଣ ଯବାନ ଶହୀଦ ହୋଇଥିବା ବେଳେ 3 ଜଣ ଯବାନ ଆହତ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ଏଏସଆଇ ରମେଶ କୁମାର, ଏଏସଆଇ ନିରୋଦ ଶର୍ମା, ସିଟି ସତେନ୍ଦ୍ର କୁମାର, ସିଟି ମହେଶ କର କୁଶୱାହା, ସିଟି ସନ୍ଦୀପ ଯାଦବ ରହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.