ETV Bharat / bharat

ଶହୀଦ ମେଜର କେତନ ଶର୍ମାଙ୍କ ପରିବାରକୁ 25 ଲକ୍ଷର ସହାୟତା ରାଶି

ଉତ୍ତରପ୍ରଦେଶ ସରକାର ଶହୀଦ ମେଜର କେତନ ଶର୍ମାଙ୍କ ପରିବାରକୁ 25 ଲକ୍ଷର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ମେଜରଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଯୋଗାଇ ଦିଆଯିବ ବୋଲି ଯୋଗୀ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

author img

By

Published : Jun 19, 2019, 12:46 PM IST

Updated : Jun 19, 2019, 4:31 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଶହୀଦ ଆର୍ମି ମେଜର କେତନ ଶର୍ମାଙ୍କ ପରିବାରକୁ 25 ଲକ୍ଷର ସହାୟତା ରାଶି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଘୋଷଣା କରିଛନ୍ତି । ଏହାସହ ଆର୍ମି ମେଜରଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଯୋଗାଇ ଦିଆଯିବ ବୋଲି ଯୋଗୀ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

ତେବେ ଶହୀଦ ଆର୍ମି ମେଜରଙ୍କ ନାମରେ ଉତ୍ତରପ୍ରଦେଶର ଏକ ରାସ୍ତାର ନାମକରଣ କରାଯିବ । ଏନେଇ ଉତ୍ତରପ୍ରଦେଶ ମନ୍ତ୍ରୀ ସୁରେଶ ରାଣା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ମଙ୍ଗଳବାର ଶହୀଦ ଆର୍ମି ମେଜର କେତନଙ୍କ ମରଶରୀର ଆସି ଜନ୍ମମାଟି ମିରଟରେ ପହଞ୍ଚିଛି । ଆର୍ମି ମେଜରଙ୍କୁ ସଲାମ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜନ୍ମମାଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସେନା ମୁଖ୍ୟ ବିପିନ ରାୱତ ଉପସ୍ଥିତ ଥିଲେ।

ଖବର ଅନୁଯାୟୀ, ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ କେତନ ଶର୍ମା ଏନକାଉଣ୍ଟରରେ ଚଳିତ ମାସ ୧୭ ତାରିଖରେ ଶହୀଦ ହୋଇଥିଲେ । ତେବେ କେତନ ଶର୍ମା 2012 ମସିହାରେ ସେନାରେ ଯୋଗ ଦେଇଥିଲେ । ପ୍ରଥମେ ପୁନେ ଓ ପରେ ଜମ୍ମୁ କାଶ୍ମୀରକୁ ତାଙ୍କ ବଦଳି ହୋଇଥିଲା । ପରେ ସେ ଜମ୍ମୁକାଶ୍ମୀର 19 ରାଷ୍ଟ୍ରୀୟ ରାଇଫଲରେ ଯୋଗ ଦେଇଥିଲେ ।

Intro:Body:Conclusion:
Last Updated : Jun 19, 2019, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.