ETV Bharat / bharat

ସାମଗ୍ରିକ ଅଜ୍ଞାତ ସ୍ଥିତି, ମନୋବିଜ୍ଞାନ ଓ ବ୍ୟକ୍ତିତ୍ବ ପ୍ରକାର ଭେଦ ଅଧ୍ୟୟନର ଜନକ କାର୍ଲ ଗୁସ୍ତାଭ ଜଙ୍ଗ

author img

By

Published : Jul 26, 2020, 10:25 PM IST

1875 ମସିହା ଜୁଲାଇ 26ରେ ସ୍ବିଜରଲ୍ୟାଣ୍ଡର କେସ୍ବିଲରେ ଜନ୍ମ ଗ୍ରହଣ କରିଥିଲେ କାର୍ଲ । ଫ୍ରେଡ ଦ୍ବାରା ପ୍ରଭାବିତ ହୋଇ ସେ ବ୍ୟକ୍ତିତ୍ବ ବିକାଶକୁ କଳା, ସାହିତ୍ୟ ଓ ଧର୍ମ ଆକାରରେ ପ୍ରଚଳନ ଆରମ୍ଭ କରିଥିଲେ । ଏଥିସହ ଚିରା ଚରିତ ଇଣ୍ଟ୍ରୋଭର୍ଟ ଓ ଏକ୍ସଟ୍ରୋଭର୍ଟର ଚଳଣୀ ମଧ୍ୟ କାର୍ଲ ଆରମ୍ଭ କରିଥିଲେ ।

Carl Gustav Jung, Analytical Psychology, Personality Types, Collective Unconscious, କାର୍ଲ ଗୁସ୍ତାଭ ଜଙ୍ଗ, ସାମଗ୍ରିକ ଅଜ୍ଞାତ ସ୍ଥିତି, ମନୋବିଜ୍ଞାନ, ବ୍ୟକ୍ତିତ୍ବ ପ୍ରକାର ଭେଦ
ସାମଗ୍ରିକ ଅଜ୍ଞାତ ସ୍ଥିତି, ମନୋବିଜ୍ଞାନ ଓ ବ୍ୟକ୍ତିତ୍ବ ପ୍ରକାର ଭେଦ ଅଧ୍ୟୟନର ଜନକ କାର୍ଲ ଗୁସ୍ତାଭ ଜଙ୍ଗ

ହାଇଦ୍ରାବାଦ: ମାନସିକ ଅବସ୍ଥା । ସାଧାରଣ ଜୀବନଚର୍ଯ୍ୟାର ଏକ ଦୈନିକ ଅଂଶ । କେତେବେଳେ ମାନସିକ ଅବସ୍ଥା ସ୍ଥିର ଥାଏ ତ କେତେବେଳେ ପୁଣି ଚଞ୍ଚଳ । କିଏ ବିଭିନ୍ନ ବର୍ଗର ଲୋକଙ୍କ ସହ କଥାବର୍ତ୍ତା ହେବା ଓ ମିଶିବାକୁ ପସନ୍ଦ କରେ ତ କିଏ ପୁଣି ଏକାକୀ ସମୟ ବିତାଇବାରେ ରଖେ ବିଶ୍ବାସ । କେବଳ ସେତିକି ନୁହେଁ ମାନସିକ ସ୍ଥିତିରେ ଜଟିଳତା ବେଳେବେଳେ ଏତି ଭୟଙ୍କର ପରିଣାମ ମଧ୍ୟ ଆଣିପାରେ । ପୂର୍ବରୁ ଏସବୁକୁ ଅନ୍ଧବିଶ୍ବାସ ଓ ପ୍ରକୃତି ପ୍ରଦତ୍ତ ବିଶ୍ବାସ କରାଯାଉଥିବା ବେଳେ ଏହି ଚିନ୍ତାଧାରାକୁ ବଦଳାଇ ମାନସିକ ସ୍ଥିତି ଓ ମନୋବିଜ୍ଞାନକୁ ନୂଆ ପରିଚୟ ଦେଇଥିଲେ କାର୍ଲ ଗୁସ୍ତାଭ ଜଙ୍ଗ ।

1875 ମସିହା ଜୁଲାଇ 26ରେ ସ୍ବିଜରଲ୍ୟାଣ୍ଡର କେସ୍ବିଲରେ ଜନ୍ମ ଗ୍ରହଣ କରିଥିଲେ କାର୍ଲ । ଫ୍ରେଡ ଦ୍ବାରା ପ୍ରଭାବିତ ହୋଇ ସେ ବ୍ୟକ୍ତିତ୍ବ ବିକାଶକୁ କଳା, ସାହିତ୍ୟ ଓ ଧର୍ମ ଆକାରରେ ପ୍ରଚଳନ ଆରମ୍ଭ କରିଥିଲେ । ଏଥିସହ ଚିରା ଚରିତ ଇଣ୍ଟ୍ରୋଭର୍ଟ ଓ ଏକ୍ସଟ୍ରୋଭର୍ଟର ଚଳଣୀ ମଧ୍ୟ କାର୍ଲ ଆରମ୍ଭ କରିଥିଲେ । ଏହାବ୍ୟତୀତ ତାଙ୍କର ଆହୁରି ଅନେକ କୀର୍ତ୍ତି ରହିଥିଲା । ଜାଣନ୍ତୁ କ’ଣ ଥିଲା ସେ ସବୁ:

Carl Gustav Jung, Analytical Psychology, Personality Types, Collective Unconscious, କାର୍ଲ ଗୁସ୍ତାଭ ଜଙ୍ଗ, ସାମଗ୍ରିକ ଅଜ୍ଞାତ ସ୍ଥିତି, ମନୋବିଜ୍ଞାନ, ବ୍ୟକ୍ତିତ୍ବ ପ୍ରକାର ଭେଦ
ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଥିଲେ କାର୍ଲ

କାର୍ଲଙ୍କ ସଫଳତାର ଏକ ଝଲକ

ନିଜ ଅଧ୍ୟୟନ ଓ ଗବେଷଣାରେ ସାହାଯ୍ୟ ପାଇଁ କାର୍ଲ ସାରା ପୃଥିବୀ ଭ୍ରମଣ କରି ବିଭିନ୍ନ ପରମ୍ପରା ଓ ସଂସ୍କୃତିକୁ ବୁଝିଥିଲେ । ଏହାପରେ ସେଥିରୁ ଉଦ୍ଧୃତ ତଥ୍ୟକୁ ନେଇ ସେ କାର୍ଲ ଜଙ୍ଗ ପବ୍ଲିକେଶନ ଦ୍ବାରା ସମାଜରେ ନିଜ ବାର୍ତ୍ତା ପହଞ୍ଚାଉଥିଲେ । ଜୀବନବ୍ୟାପୀ ସେ ପ୍ରାୟ 200ଟି ଥିଓରୀର ବିକାଶ କରିଥିଲେ । ଏଥିରେ ମଡର୍ଣ୍ଣ ମ୍ୟାନ, ଇନ ସର୍ଚ୍ଚ ଅଫ ଏ ସୋଲ (1933), ଅନଡିସ୍କଭର୍ଡ ସେଲ୍ଫ (1957) ସ୍ଥାନୀତ ରହିଥିଲା । ନିଜ ସଫଳତା ପାଇଁ ସେ ପରବର୍ତ୍ତୀ ସମୟରେ ୟୁନିଭର୍ସିଟି ଅଫ୍‌ ବେସେଲ ଓ ଜ୍ୟୁରିକସ୍ଥିତ ଫେଡେରାଲ ପଲିଟେକ୍ନିକାଲରେ ଅଧ୍ୟାପକ ଭାବେ କାର୍ଯ୍ୟରତ ରହିଥିଲେ ।

କାର୍ଲ ସେ ସମୟରେ ଯାହା ସବୁ ତଥ୍ୟ ଖୋଜି ବାହାର କରିଥିଲେ ତାହାର ଯଥାର୍ଥତା ବର୍ତ୍ତମାନ ସମୟରେ ବେଶ ଭଲ ଭାବେ ବୁଝାପଡେ । ସେ ପ୍ରତ୍ନତତ୍ତ୍ବ ହେଉ ଅବା ଧର୍ମ, ସାହିତ୍ୟ ଓ ଆଧୁନିକ ସମାଜ, ପ୍ରତିଟି କ୍ଷେତ୍ରରେ ସେ ହାସଲ କରିଥିଲେ ବିଚକ୍ଷଣ ପାରଦର୍ଶିତା । ନିଜ କଠିନ ଅଧ୍ୟବସାୟ ପାଇଁ 1932 ମସିହାରେ ତାଙ୍କୁ ଜ୍ୟୁରିକର ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହାର 6 ବର୍ଷ ପରେ ସେ ଇଂଲଣ୍ଡର ରୟାଲ ସୋସାଇଟି ଅଫ ମେଡିସିନ ପକ୍ଷରୁ ସମ୍ମନୀତ ହେବା ପାଇଁ ତାଙ୍କୁ ଚୟନ କରାଯାଇଥିଲା । 1944 ମସିହାରେ ସେ ସ୍ବିସ ଏକାଡେମୀ ଅଫ ମେଡିକାଲ ସାଇନ୍ସର ସେ ଜଣେ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।

ନିଜ ପିତାମାତାଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ପ୍ରଭାବ ଛୁଆଟି ବେଳୁ କାର୍ଲଙ୍କ ଉପରେ ଗଭୀର ଭାବେ ପଡିଥିଲା । ଧିରେ ଧିରେ ବୟସ ବଢିବା ସହ ପିତା ପୌଲ ତାଙ୍କ ମନରେ ଧର୍ମ ପ୍ରତି ଏକ ବିତୃଷ୍ଣା ଭାବେ ସୃଷ୍ଟି କରିଥିଲେ । ଅପରପାର୍ଶ୍ବରେ ମା’ ଏମିଲି ମାନସିକ ଅବସାଦର ଶିକାର ହୋଇ ମାତ୍ର 3 ବର୍ଷର କାର୍ଲଙ୍କୁ ଛାଡି ମାନସିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଚାଲି ଯାଇଥିଲେ ।

ଏସମସ୍ତ ପରିସ୍ଥିତି ଦେଇ ବଡ ହୋଇଥିବା କାର୍ଲ ଯୁବାବସ୍ଥାରେ ମାନସିକ ସ୍ଥିତି ନେଇ ଲେଖାଯାଇଥିବା ପୁସ୍ତକ ପଢିବା ଆରମ୍ଭ କରିଥିଲେ । ଏହା ତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା କି ସେ ୟୁନିଭର୍ସିଟି ଅଫ ବେସେଲରେ ଅଧ୍ୟୟନ ପାଇଁ ପହଞ୍ଚିଥିଲେ . ସେଠାରେ ସେ ଏହି ବିଷୟର ଆହୁରି ଅନେକ ଦିଗକୁ ଜାଣି ପାରିଥିଲେ । 1900 ମସିହାରେ ସେ ନିଜ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୟୁନିଭର୍ସିଟି ଅଫ୍‌ ଜ୍ୟୁରିକରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ।

1903 ମସିହାରେ ସେ ଏମ୍ମା ରୌସେନବାକଙ୍କୁ ବିବାହ କରିଥିଲେ । ଉଭୟଙ୍କ ଔରସରୁ 5ଟି ସନ୍ତାନ ସନ୍ତତୀ ଜନ୍ମ ନେଇଥିଲେ । ଏହାପରେ 1955ରେ ଏମ୍ମାଙ୍କୁ ମୃତ୍ୟୁ ହୋଇଥିଲା । ଯାହାର କିଛି ବର୍ଷ ପରେ ଜୁନ 6, 1961 ମସିହାରେ ଜ୍ୟୁରିକସ୍ଥିତ ନିଜ ଘରେ ଆଖି ବୁଜିଥିଲେ କାର୍ଲ ଜଙ୍ଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.