ETV Bharat / bharat

ଶ୍ରୀନଗର ଏନକାଉଣ୍ଟରରେ ଦୁଇ ଆତଙ୍କୀ ସଫା, ସର୍ଚ୍ଚ ଅପରେସନ ଜାରି

author img

By

Published : Oct 12, 2020, 9:19 AM IST

Updated : Oct 12, 2020, 12:47 PM IST

ସୀମାରେ ଥମୁନି ଅଶାନ୍ତି । ଶ୍ରୀନଗରର ରାମବାଗ ଅଞ୍ଚଳରେ ଏନକାଉଣ୍ଟର । ଦୁଇ ଆତଙ୍କବାଦୀ ନିହତ । ଅଧିକ ପଢନ୍ତୁ....

An encounter between security forces and terrorists started at Rambagh area of Srinagar
ଶ୍ରୀନଗରରେ ଏନକାଉଣ୍ଟର ଜାରି, ଦୁଇ ଆତଙ୍କୀ ଫସି ରହିଥିବା ସୂଚନା

ଶ୍ରୀନଗର: ସୀମାରେ ଥମୁନି ଅଶାନ୍ତି । ବାରମ୍ବାର ଫୁଟୁଛି ଗୁଳି । ଚେତାବନୀ ପରେ ମଧ୍ୟ ସୁଧୁରୁନି ପାକିସ୍ତାନ। ସୋମବାର ଶ୍ରୀନଗରର ରାମବାଗ ଅଞ୍ଚଳରେ ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିଛି । ଜଣେ ପାକିସ୍ତାନର ସୌପୁଲା ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ସୋମବାର ପୋଲିସ ଓ ସିଆରପିଏଫର ମିଳିତ ଉଦ୍ୟମରେ ଏହି ଅପରେସନ ଆରମ୍ଭ ହୋଇଥିଲା । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ମିଳିତ ଅପରେସନ କରାଯାଇଥିଲା । ଫଳରେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବର୍ଷଣ କରାଯାଇଥିଲା । ହେଲେ ପୋଲିସ ମଧ୍ୟ ଏହାର ଦୃଢ ଜବାବ ଦେଇଥିଲା । ଫଳରେ ସୁରକ୍ଷା ବାହିନୀର ଗୁଳିରେ ସଫା ହୋଇ ଥିଲେ 2 ଆତଙ୍କବାଦୀ । ତେବେ, ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 12, 2020, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.