ଶ୍ରୀନଗର: ଭୂ-କମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ଜମ୍ମୁ-କାଶ୍ମୀରର 88 କିମି ଦୂର ପୂର୍ବ କତ୍ରାରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଭୋର 4.55 ସମୟରେ ଭୂ-କମ୍ପ ହୋଇଥିବା ସୂଚନା ।
ଭୂକମ୍ପ ତୀବ୍ରତା ରେକ୍ଟର ସେଲରେ 3.9 ରେକର୍ଡ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଗୁରୁବାର ଦେଶର ତିନୋଟି ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।