ଶ୍ରୀନଗର: ଭୂମିକମ୍ପରେ ଥରିଲା ଜାମ୍ମୁକାଶ୍ମୀର । କୋରୋନା କାଳରେ ଭୂମିକମ୍ପ ଦେଶପାଇଁ ଆଉ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଗତ 5-6 ମାସ ହେବ ଦେଶର ବିଭିନ୍ନ ସ୍ଥାନରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଛି । ଗୁରୁବାର ଜାମ୍ମୁ କାଶ୍ମୀରର ଗୁଲମାର୍ଗର ଉତ୍ତରରେ 281 କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି ।
ଗୁରୁବାର ସକାଳ ପ୍ରାୟ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍ଲେଲ ତିବ୍ରତା 3.7 ଥିବା ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ସୂଚନା ଦେଇଛନ୍ତି । ଏପଟେ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।
ସେହିପରି ମଙ୍ଗଳବାର ମଧ୍ୟ ଜାମ୍ମୁ ଓ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତୀବ୍ରତା 3.6 ଥିବା ଜାତୀୟ ସେସମୋଲୋଜୀ ସୂତ୍ରରୁ ଜଣାପଡିଥିଲା ।