ଅହମ୍ମଦାବାଦ: ଭାରତରେ ଆୟୁର୍ବେଦ ଚିକିତ୍ସା ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ବଡରୁ ବଡ ରୋଗ ପାଇଁ ଆୟୁର୍ବେଦିକ ଚିକିତ୍ସା ବେଶ ପ୍ରଭାବଶାଳୀ ମଧ୍ୟ ହୋଇଛି। ଯାହାକୁ ନଜରରେ ରଖି ଦେଶର ଲୋକପ୍ରିୟ ଅମୁଲ ଇଣ୍ଡିଆ ପକ୍ଷରୁ ହଳଦୀକୁ ନେଇ ତିଆରି କରିଛି ଗୋଲ୍ଡେନ ମିଲ୍କ ।
ମହାମାରୀ କୋରୋନା ସହ ଲଢିବାକୁ ଅମୁଲ ଇଣ୍ଡିଆ ପକ୍ଷରୁ ଗୋଲ୍ଡେନ ମିଲ୍କ ଲଞ୍ଚ ହୋଇଛି । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । ଏଥିରେ ମୁଖ୍ୟ ଉପାଦାନ ରହିଛି ହଳଦୀ । ତେବେ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ହଳଦୀ ମିଶା କ୍ଷୀର ବହୁତ ଲାଭକାରୀ ହୋଇଥାଏ ବୋଲି କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ଅମୁଲ ଇଣ୍ଡିଆର କୋଟି କୋଟି ଖାଉଟିଙ୍କ ପାଇଁ ଆଣିଛି ଗୋଲ୍ଡେନ ମିଳ୍କ ।
ଏନେଇ ସୂଚନା ଦେଇଛନ୍ତି ଅମୁଲ ଇଣ୍ଡିଆର ଏମଡି ଆରଏସ୍ ସୋଧୀ । ଏବେ ଏହି 200 ମିଲି ଲିଟର ପ୍ୟାକକୁ 30 ଟଙ୍କା ମୂଲ୍ୟରେ ମାର୍କେଟରେ ବିକ୍ରି କରିବାକୁ ଯୋଜନା କରାଯାଇଛି । ଖୁବଶୀଘ୍ର ଏହା ଏକ ସପ୍ତାହ 10 ଦିନ ମଧ୍ୟରେ ଭାରତ ବଜାରର 10 ଲକ୍ଷ ଅମୁଲ ବିକ୍ରେତା ଦୋକାନରେ ଉପଲବ୍ଧ ହେବ ବୋଲି ଆରଏସ୍ ସୋଧି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ