ETV Bharat / bharat

ବୃଦ୍ଧି ପାଇଲା ଅମୂଲ ଦୁଗ୍ଧର ମୂଲ୍ୟ, କ'ଣ ରହିଛି ନୂଆ ଦର ପଢନ୍ତୁ

ଅମୂଲ ଦୂଗ୍ଧର ମୂଲ୍ୟ ବୃଦ୍ଧି । ମଙ୍ଗଳବାର ଠାରୁ ଲାଗୁ ହେବ ନୂଆ ଦର ।

author img

By

Published : May 20, 2019, 8:38 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପାଣି ପରି ଆମ ଦୈନନ୍ଦିନ ଜୀବନରେ ଦୁଗ୍ଧର ବହୁଳ ବ୍ୟବହାର ହୋଇଥାଏ । ଏହା ଆମ ସ୍ବାସ୍ଥ୍ୟ ପାଇଁ ଅତି ଲାଭଦାୟକ ଅଟେ । ଏଥିରେ ବହୁ ପୃଷ୍ଟିକର ତତ୍ତ୍ବ ରହିଛି । ଏହାକୁ ପିଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ । ଯେଉଁଥିପାଇଁ ଆବାଳବୃଦ୍ଧା ସମସ୍ତଙ୍କ ପାଖରେ ଏହା ବେଶ ଆଦୃତ ହୋଇଥାଏ । ତେବେ ଦେଶର ସବୁଠୁ ବେଶୀ ପପୁଲାର ଦୁଗ୍ଧର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆସନ୍ତା 21 ତାରିଖରୁ ଦୁଗ୍ଧର ଦର ଲାଗୁ ହେବା ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

milk
ଫଟୋ ସୌଜନ୍ୟ: ଏଏନଆଇ

ସୂଚନାନୁଯାୟୀ, ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ମୂଲ୍ୟ ବୃଦ୍ଧି ପାଉଥିବା ହେତୁ ଅମୂଲ କମ୍ପାନୀ ପକ୍ଷରୁ ମଧ୍ୟ ଦରବୃଦ୍ଧି କରିଥିବା ଜଣାପଡିଛି । କମ୍ପାନୀର ସୂଚନାନୁଯାୟୀ, ମାର୍ଚ୍ଚ 2017 ମସିହା ପରଠାରୁ ଦୁଗ୍ଧର ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ଦୁଗ୍ଧ ବ୍ୟବସାୟୀଙ୍କ ପାଇଁ କମ୍ପାନୀ ପକ୍ଷରୁ ଏହାର କ୍ରୟ ମୂଲ୍ୟ 10 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାଦ୍ବାରା ଅମୂଲ କମ୍ପାନୀ ସହ ଜଡିତ ଥିବା 12ଶହ ଦୁଗ୍ଧ ଆସୋସିଏସନ ସହିତ ପଶୁପାଳକମାନଙ୍କୁ ମଧ୍ୟ ଫାଇଦା ହେବ ।

Amul
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହାର ବର୍ଦ୍ଧିତ ମୂଲ୍ୟ ଆସନ୍ତାକାଲି(ମଙ୍ଗଳବାର) ଲାଗୁ ହେବ । ତେବେ ପୂର୍ବରୁ ଅଧା ଲିଟର ଫୁଲ କ୍ରିମ ଦୁଗ୍ଧର ମୂଲ୍ୟ 27 ଟଙ୍କା ରହିଥିବାବେଳେ 1 ଟଙ୍କା ବୃଦ୍ଧି ପାଇ ଏହା 28 ଟଙ୍କା ହୋଇଯାଇଛି । ସେହିପରି ଅମୂଲର ଅଧା ଲିଟର ଟୋନଣ୍ଡ ଦୁଗ୍ଧ 21 ଟଙ୍କାରେ ମିଳୁଥିବାବେଳେ ଏଥିରେ 1 ଟଙ୍କା ଲେଖାଏଁ ବୃଦ୍ଧି ଘଟି 22 ଟଙ୍କା ରଖାଯାଇଛି ।

ପୂର୍ବ ଆର୍ଥିକବର୍ଷରେ ଦୁଗ୍ଧ ଅତ୍ୟଧିକ ମାତ୍ରାରେ ବିକ୍ରି ହେବା ଯୋଗୁଁ ରାଜସ୍ବରେ ବୃଦ୍ଧି ଘଟିଥିଲା ସତ କିନ୍ତୁ ଉତ୍ପାଦରେ କୌଣସି ବୃଦ୍ଧି ଘଟିନଥିଲା । କିନ୍ତୁ ଚଳିତବର୍ଷ ଏହାର ପରିମାଣ ଓ ମୂଲ୍ୟ ଦୁଇଟି ଯାକରେ ବୃଦ୍ଧି ପାଇବାର ଆଶା ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ଅମୂଲ କମ୍ପାନୀର ସଦସ୍ୟ ୟୁନିୟନ ଆସନ୍ତା 2 ବର୍ଷ ଭିତରେ ଦୁଗ୍ଧ ଉତ୍ପାଦନର କ୍ଷମତାକୁ ପ୍ରତ୍ୟେକ ଦିନ ହିସାବରେ 350 ଲକ୍ଷ ଲିଟର ବୃଦ୍ଧି କରି 380-400 ଲକ୍ଷ ଲିଟରକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ।

Intro:Body:

dsg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.