ETV Bharat / bharat

କୃଷି ବିଲ-2020କୁ ଅମୃତସର କୃଷକ ସଂଘର ଜୋରଦାର ବିରୋଧ

କେନ୍ଦ୍ର ସରକାରଙ୍କ କୃଷି ବିଲ-2020କୁ ନେଇ ଅମୃତସରର କୃଷକ ସଂଘ ନିଜ ଶରୀରରୁ ପୋଷାକ ଓହ୍ଲାଇ ରେଳ ଧାରଣାରେ ବସି ଏକ ଭିନ୍ନ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 26, 2020, 10:46 PM IST

Amritsar farmer commitee protest against Farm bills 2020
ଶରୀରରୁ ପୋଷାକ ଓହ୍ଲାଇ କୃଷି ବିଲ-2020କୁ ଅମୃତସର କୃଷକ ସଂଘର ବିରୋଧ

ଅମୃତସର: ସାଂସଦରେ ପାରିତ ହୋଇଥିବା କେନ୍ଦ୍ର ସରକାରଙ୍କ କୃଷି ବିଲ-2020କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦେଶର ବିଭିନ୍ନ କୃଷକ ସଂଘ ଏହି ବିଲକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅମୃତସରର କୃଷକ ସଂଘ ନିଜ ଶରୀରରୁ ପୋଷାକ ଓହ୍ଲାଇ ରେଳ ଧାରଣାରେ ବସି ଏକ ଭିନ୍ନ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖାଯାଇଛି ।

ଏଭଳି ବିକ୍ଷୋଭ ପ୍ରଦର୍ଶନ କରି ମୋଦି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅମୃତସରର କୃଷକ ସଂଘ ଚେଷ୍ଟା କରିଛି । କୃଷି ବିଲ-2020 ଉଭୟ ଗୃହରେ ପାରିତ ହୋଇଯାଇଥିବାବେଳେ କେବଳ ରାଷ୍ଟପ୍ରତିଙ୍କ ମୋହର ଲାଗିବା ବାକି ଅଛି । କେନ୍ଦ୍ର ସରକାର ଏହି ବିଲକୁ କୃଷକମାନଙ୍କ ହିତ ପାଇଁ କହୁଥିବାବେଳେ ସାରା ଦେଶରେ କୃଷକମାନେ ରାସ୍ତାରୋକ ଓ ରେଳଧାରଣା ରୋକ କରି ଆନ୍ଦୋଳନ କରୁଥିବାର ଦେଖାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.