ETV Bharat / bharat

ଡରାଉଛି କୋରୋନା: ଆମେରିକାରେ ନ୍ୟାସନାଲ ଏମରଜେନ୍ସି ଲାଗୁ - ଡରାଉଛି କୋରୋନା

ମହାମାରୀ ରୂପ ନେଇଥିବା କୋରୋନା ଭୟରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କଲେ ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ।

national emergency
ଆମେରିକାରେ ନ୍ୟାସନାଲ ଏମରଜେନ୍ସି ଲାଗୁ
author img

By

Published : Mar 14, 2020, 9:43 AM IST

ୱାଂଶିଟନ: କୋଭିଡ-19କୁ ନେଇ ଆମେରିକାର ବଡ ଘୋଷଣା । ମହାମାରୀ ରୂପ ନେଇଥିବା କୋରୋନା ଭୟରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କଲେ ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ଭାଇରସର ସ୍ଥିତିକୁ ସମ୍ବୋଧନ କରିବାକୁ ଯାଇ ଟ୍ରମ୍ପ ଏହି ମହାମାରୀ ମୁକାବିଲା ପାଇଁ ରାଜ୍ୟଗୁଡିକୁ ୫୦ ମିଲିୟନ ଡଲାରର ଘୋଷଣା କରିଛନ୍ତି ।

national emergency
ଆମେରିକାରେ ନ୍ୟାସନାଲ ଏମରଜେନ୍ସି ଲାଗୁ

ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଟ୍ରମ୍ପ କହିଛନ୍ତି, ଦେଶରେ ଜରୁରୀକାଳୀନ ଘୋଷଣା କରାଯାଉଛି । ଏହି ସମୟରେ ସେ ନିଜର ଅଧିକାରୀମାନଙ୍କ ପ୍ରଶଂସା ମଧ୍ୟ କରିଥିଲେ । ସାରା ବିଶ୍ବ ଏବେ ବିପଦପୂର୍ଣ୍ଣ ଭାଇରସ ସହ ଲଢେଇ କରୁଛି । ବର୍ତ୍ତମାନ ଆମେରିକାରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତେଣୁ ଜାତୀୟ ଜରୁରୀକାଳୀନ ଆଇନ ଅନୁଯାୟୀ ସ୍ବାସ୍ଥ୍ୟ ବିଭାଗ ଟଙ୍କା ଖର୍ଚ୍ଚ କରାଯାଇପାରିବ । ଏହି ଭାଇରସ ଯୋଗୁଁ ସମଗ୍ର ବିଶ୍ବରେ 5 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବାବେଳେ ଆମେରିକାରେ ଏବେସୁଦ୍ଧା 40ଜଣ ପ୍ରାଣ ହାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.