ETV Bharat / bharat

କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ

କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ
କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ
author img

By

Published : Aug 2, 2020, 5:03 PM IST

Updated : Aug 2, 2020, 5:43 PM IST

17:39 August 02

କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ

16:51 August 02

କୋରୋନା ମୁକ୍ତ ହେଲେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ । ଟ୍ବିଟ୍ ଯୋଗେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ସୂଚନା ଦେଇଛନ୍ତି ।

କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ
କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: କୋରୋନା ମୁକ୍ତ ହେଲେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ । ତାଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଟ୍ବିଟ୍ ଯୋଗେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ସୂଚନା ଦେଇଛନ୍ତି । ବର୍ତ୍ତମାନ ବିଗ ବି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରୁ ନିଜ ବାସଭବନ ଜଲସାରେ ପହଞ୍ଚିଛନ୍ତି ।

ପ୍ରକାଶ ଥାଉ କି, ଜୁଲାଇ 11ରେ ବିଗ୍ ବି ଅମିତାଭ ବଚ୍ଚନ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଅଭିଷେକ ମଧ୍ୟ କୋରୋନା ଥିବା ଜଣାପଡିଥିଲା । ଉଭୟ ବାପ-ପୁଅଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସ୍ବାବ ଟେଷ୍ଟ ହୋଇଥିଲା । ଯେଉଁଥିରେ ତାଙ୍କୁ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ଅମିତାଭଙ୍କ ପୂର୍ବରୁ ବୋହୂ ଏବଂ ନାତୁଣୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ।  

ତେବେ ଅଭିଷେକ ବଚ୍ଚନ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଖୁବ ଶୀଘ୍ର ସେ ବି କୋରୋନାକୁ ମାତ୍ ଦେଇ ଘରକୁ ଫେରିବେ ବୋଲି ଟ୍ବିଟ କରିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2020, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.