ପାଟନା: ବଲିଉଡର ମହାନାୟକଙ୍କ ମହାନ କାମ । ବିଗବି ପୁଣି ଥରେ ବଡ ହୃଦୟବାନର ପରିଚୟ ଦେଇଛନ୍ତି । ବିହାର ବନ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି । ଅମିତାଭ ବଚ୍ଚନ ବିହାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ବିଗବି ଏହି ଏହି ସହାୟତା ରାଶି ନିଜ ପ୍ରତିନିଧି ବିଜୟ ନାଥ ମିଶ୍ରଙ୍କ ଦ୍ବାରା ପଠାଇଛନ୍ତି । 51 ଲକ୍ଷର ଚେକ୍ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଗ୍ରହଣ କରିଛନ୍ତି ।
ଏହି ଅର୍ଥ ରାଶି ସହ ବିଗବି ଏକ ଚିଠି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି । ଚିଠିରେ ସେ ବିହାରରେ ଭୟଙ୍କର ବନ୍ୟାରେ ପ୍ରଭାବିତଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଛୋଟ ମାତ୍ର ସହାୟତା ରାଶି ପଠାଇଥିବା ଲେଖିଛନ୍ତି ।
ସହାୟତା ପରେ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ସମସ୍ତ ବିହାରବାସୀଙ୍କ ପକ୍ଷରୁ ମହାନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।