ନୂଆଦିଲ୍ଲୀ: ଗୃହ ମନ୍ତ୍ରୀ ଅମିତ ଶାହା 26 ଜୁନରେ କାଶ୍ମୀର ଗସ୍ତ କରିବେ । ଅମରନାଥ ଯାତ୍ରାକୁ ଆଉ କିଛି ଦିନ ବାକି ଥିବାବେଳେ ଶାହା କାଶ୍ମୀରରେ ଯାତ୍ରା ଆୟୋଜନ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ।
ଗୃହମନ୍ତ୍ରୀ ହେବା ପରେ ଏହା ଶାହାଙ୍କର ପ୍ରଥମ କାଶ୍ମୀର ଗସ୍ତ । ପୂର୍ବରୁ ଶାହା ଅମରନାଥ ଯାତ୍ରାର ସୁରକ୍ଷାକୁ ନେଇ ସିଆରପିଏଫ ଡିଜିଙ୍କ ସହ ବୈଠକ କରିସାରିଛନ୍ତି । ଏଥି ସହ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ଜୁନ 1 ତାରିଖ ଦିନ ରାଜ୍ୟର ସୁରକ୍ଷା ସ୍ଥିତି ନେଇ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
46 ଦିବସୀୟ ଅମରନାଥ ଯାତ୍ରା ମାସିକ ଶିବରାତ୍ରୀ ତଥା ଜୁଲାଇ 1 ତାରିଖ ଆରମ୍ଭ ହୋଇ ଅଗଷ୍ଟ 15 ଶ୍ରାବଣ ପୂର୍ଣ୍ଣିମା ଦିନ ଶେଷ ହେବ ।