ETV Bharat / bharat

ସଦସ୍ୟତା ଅଭିଯାନ ସଂଯୋଜକ ହେଲେ ଶିବରାଜ - ସଦସ୍ୟତା ଅଭିଯାନ

ମଧ୍ୟ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ବିଜେପିର ସଦସ୍ୟତା ଅଭିଯାନ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି । ଭୂପେନ୍ଦ୍ର ଯାଦବ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Jun 14, 2019, 10:29 AM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ମୁଖ୍ୟାଳୟରେ ଅମିତ ଶାହାଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ମଧ୍ୟ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ବଡ ଦାୟିତ୍ବ ଦିଆଯାଇଛି । ଶିବରାଜଙ୍କୁ ପାର୍ଟିର ସଦସ୍ୟତା ଅଭିଯାନ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଛି ।

ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ରରେ ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତି ହେବାକୁ ଥିବା ବେଳେ ସଙ୍ଗଠନ ଓ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଅମିତ ଶାହା ଏହି ବୈଠକ ଡାକିଥିଲେ ବୋଲି ବିଜେପି ରାଷ୍ଟ୍ରୀୟ ମହା ସଚିବ ଭୂପେନ୍ଦ୍ର ଯାଦବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପାର୍ଟିରେ ନୂଆ ସଦସ୍ୟ ଯୋଡିବା ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ପାର୍ଟି ଶିବରାଜଙ୍କୁ ସଦସ୍ୟତା ଅଭିଯାନର ସଂଯୋଜକ ନିଯୁକ୍ତ କରିଥିବା ନେଇ ଭୂପେନ୍ଦ୍ର କହିଛନ୍ତି । ଏଥିସହ ଦୁଷ୍ୟନ୍ତ ଗୌତମ, ସୁରେଶ ପୁଜାରୀ, ଅରୁଣ ଚତୁର୍ବେଦୀ ଓ ସୁରେନ୍ଦରନଙ୍କୁ ସହସଂଯୋଜକ ଭୂମିକା ମିଳିଛି ।

Intro:Body:

dhdhd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.