ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଦାପଦୀ କେ ପଲାନୀସ୍ବାମୀ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କ ସହ କ୍ରିକେଟ ଖେଳିଛନ୍ତି । ଭଲାପଦିରେ ସଲେମ କ୍ରିକେଟ ଫାଉଣ୍ଡେସନ ପଡିଆର ଉଦଘାଟନ କରିବାକୁ ଯାଇଥିବା ବେଳେ ପଲାନୀସ୍ବାମୀଙ୍କୁ ବ୍ୟାଟ ଧରି କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।
ଏହି ଅବସରରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଏନ ଶ୍ରୀନିଭାସନ, ତାମିଲନାଡୁ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ରୂପା ଗୁରୁନାଥନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ନୂଆ କରି ଉଦଘାଟିତ ହୋଇଥିବା ସଲେମ କ୍ରିକେଟ ଷ୍ଟାଡିୟମଟି ସଲେମ ସହରରୁ 14 କିଲୋମିଟର ଦୂରରେ ରହିଛି ।