ନୂଆଦିଲ୍ଲୀ: ସାରା ବିଶ୍ବରେ ଆତଙ୍କ ଖେଳାଉଛି COVID-19 । କୋରୋନାର କରାଳ ଗ୍ରାସରେ ଏବେ ଛଟପଟ ହେଉଛି ସାରାବିଶ୍ବ । ତେବେ ଏହି ମହାମାରୀକୁ ନଜରରେ ରଖି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଶାହିନବାଗରେ CAAକୁ ବିରୋଧ କରୁଥିବା ବୃଦ୍ଧ ମହିଳାମାନେ । ଏବେ କୌଣସି ବିକ୍ଷୋଭକାରୀ 4 ଘଣ୍ଟାରୁ ଅଧିକ ସମୟ ଧରି ଉକ୍ତ ସ୍ଥାନରେ ବିରୋଧ କରିପାରିବେ ନାହିଁ ।
କୌଣସି ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତିଙ୍କୁ ବିକ୍ଷୋଭରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ ଏବଂ ଉକ୍ତ ସ୍ଥାନରେ ମାଇକ ଦ୍ବାରା କୌଣସି ଘୋଷଣା କରାନଯାଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ । କୋରୋନା ମହାମାରୀକୁ ଆଖି ଆଗରେ ରଖି ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଜନତା କର୍ଫ୍ୟୁରେ ସାମିଲ ହୋଇ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି ।
@ IANS