ETV Bharat / bharat

ଭାରତ-ଚୀନ ବିବାଦ ମଧ୍ୟରେ 33 ନୂଆ ଏୟାରକ୍ରାଫ୍ଟ କିଣିବାକୁ ବାୟୁସେନାର ପ୍ରସ୍ତାବ

ଲଦାଖରେ ଚୀନ ସହ ଜାରି ବିବାଦ ମଧ୍ୟରେ ଭାରତୀୟ ବାୟୁସେନା 33 ନୂଆ ଏୟାରକ୍ରାଫ୍ଟ କ୍ରୟ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି ।

ବାୟୁସେନା
ବାୟୁସେନା
author img

By

Published : Jun 19, 2020, 1:19 PM IST

ନୂଆଦିଲ୍ଲୀ: ଲଦାଖରେ ଚୀନ ସହ ଜାରି ବିବାଦ ମଧ୍ୟରେ ଭାରତୀୟ ବାୟୁସେନା 33 ନୂଆ ଏୟାରକ୍ରାଫ୍ଟ କ୍ରୟ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବରେ ଋଷର 21 ଟି ମିଗ-29 ଏବଂ 12ଟି ସୁଖୋଇ-30 ଏମକେଆଇ ଏୟାର କ୍ରାଫ୍ସା ସାମିଲ ରହିଛି ।

ତେବେ ଭାରତୀୟ ବାୟୁ ସେନା ଦୀର୍ଘ ଦିନରୁ ଏହି ଯୋଜନା ଉପରେ କାର୍ଯ୍ୟ କରୁଥିଲା । କିନ୍ତୁ ଭାରତ-ଚୀନ ବିବାଦ ପରେ ଏହି ପ୍ରକ୍ରିୟାକୁ ଯୋରଦାର କରାଯାଇଛି । 6 ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟର ଏହି ପ୍ରସ୍ତାବକୁ ଆଗାମି ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ବୈଠକରେ ଅନ୍ତିମ ମଞ୍ଜୁରୀ ପାଇଁ ଆଗତ କରାଯିବ ।

ଏହି ପ୍ରସ୍ତାବରେ 12ଟି ସୁଖୋଇ-30ଏମକେଆଇ ଏୟାର କ୍ରାଫ୍ଚ ସାମିଲ ରହିଛି, ଯାହା ବିଭିନ୍ନ ଦୁର୍ଘଟଣାରେ ବାୟୁସେନା ଦ୍ବାରା ନଷ୍ଟ ହୋଇଛି । ଭାରତ ଭିନ୍ନ ଭିନ୍ନ ଫେଜରେ 10ରୁ 15 ବର୍ଷର ଅବଧିରେ 272ଟି ସୁଖୋଇ-30 ଯୁଦ୍ଧ ବିମାନ କ୍ରୟ ପାଇଁ ଚୁକ୍ତି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.