ETV Bharat / bharat

ବିଦେଶୀଙ୍କୁ ନିଜ ଦେଶର ପହଞ୍ଚାଇବ ଏୟାର ଇଣ୍ଡିଆର 18ଟି ବିମାନ

author img

By

Published : Apr 5, 2020, 10:21 AM IST

ଦେଶରେ ଅଟକି ଥିବା ବିଦେଶୀ ନାଗରିକଙ୍କୁ ନିଜ ନିଜ ଦେଶରେ ପହଞ୍ଚାଇବ ଏୟାର ଇଣ୍ଡିଆ । 18ଟି ସ୍ବତନ୍ତ୍ର ବିମାନ ଯୋଗେ ବିଭିନ୍ନ ଦେଶର ନାଗରିକଙ୍କୁ ସେମାନଙ୍କ ଦେଶରେ ଛାଡିକି ଆସିବ ଏୟାର ଇଣ୍ଡିଆ ।

Amid coronavirus scare
ଏୟାର ଇଣ୍ଡିଆର 18ଟି ବିମାନ

ନୂଆଦିଲ୍ଲୀ: ଦେଶରେ ଅଟକି ଥିବା ବିଦେଶୀ ନାଗରିକଙ୍କୁ ନିଜ ନିଜ ଦେଶରେ ପହଞ୍ଚାଇବ ଏୟାର ଇଣ୍ଡିଆ । 18ଟି ସ୍ବତନ୍ତ୍ର ବିମାନ ଯୋଗେ ବିଭିନ୍ନ ଦେଶର ନାଗରିକଙ୍କୁ ସେମାନଙ୍କ ଦେଶରେ ଛାଡିକି ଆସିବ ଏୟାର ଇଣ୍ଡିଆ । ଏହାସହ ସାଂଘାଇରୁ ଗୁରୁତ୍ବପୂର୍ଣ୍ଣ ମେଡିକାଲ କାର୍ଗୋ ମଧ୍ୟ ପରିବହନ କରିବ ।

ସମସ୍ତ ସୁରକ୍ଷା ସୁବିଧା ସହ ଏହି ସବୁ ବିମାନ ଚାଲିବ । ଜର୍ମାନ, ଫ୍ରାନ୍ସ, ଆୟରଲ୍ୟାଣ୍ଡ, କାନାଡା ଆଦି ଦେଶର ନାଗରିକଙ୍କୁ ନେଇ ବୈଦେଶିକ ମନ୍ତ୍ରଣାଳୟର ଅନୁରୋଧରେ ଏୟାର ଇଣ୍ଡିଆ ଯାତ୍ରା କରିବ । ଜର୍ମାନ ଓ ଫ୍ରାନ୍ସ ନାଗରିକଙ୍କୁ ପ୍ୟାରିସ୍ ଓ ଫ୍ରାଙ୍କଫର୍ଟରେ ଛଡାଯିବ ଓ ଅନ୍ୟ ନାଗରିକଙ୍କୁ ଲଣ୍ଡନରେ । ସେଠାରୁ ସେମାନେ କାନାଡା ଓ ଆୟରଲ୍ୟାଣ୍ଡ ଯାଇପାରିବେ ।

ଏହି ବିମାନ ସେବା ମାର୍ଚ୍ଚ 31ରୁ ଆରମ୍ଭ ହୋଇଗଲାଣି । ଶନିବାର ଏକ ଏୟାର ଇଣ୍ଡିଆ ବିମାନ ଲଣ୍ଡନ ଓ ପ୍ୟାରିସ ଅଭିମୁଖେ ଯାତ୍ରା କରିଛି । ଅନ୍ୟଏକ ବିମାନ ଦିଲ୍ଲୀରୁ ଶନିବାର ସାଂଘାଇ ଯାଇଛି । ଉଡାନ ଯୋଜନା ମାଧ୍ୟମରେ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ପ୍ରାୟ 79ଟି ସ୍ବତନ୍ତ୍ର ବିମାନ ମେଡିକାଲ ସାରଞ୍ଜାମ ଆଣିବାରେ ନିୟୋଜିତ ହୋଇଛନ୍ତି । ଏହି ବିମାନ ପ୍ରତିଥର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ଓ ଚେନ୍ନାଇ ଦେଇ ଯାତ୍ରା କରୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.