ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟ ହୋଇଥିବା ସୀମା ସଂଘର୍ଷକୁ ଦୃଷ୍ଟିରେ ରଖି ଭାରତୀୟ ସେନାକୁ ସଶକ୍ତ କରିବାକୁ ଏଲଏସିରେ ନିୟୋଜିତ ହେବ ମିଗ-29K ଯୁଦ୍ଧ ବିମାନ । ଦେଶର ଉତ୍ତର ସେକ୍ଟରରେ ଅପରେସନକୁ ଗତି ଦେବା ପାଇଁ ମିଗ-29K ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ବେସରେ ନିୟୋଜିତ କରାଯିବ ବୋଲି ଜଣାପଡିଛି । ସିଡିଏସ ମୁଖ୍ୟ ବିପିନ ରାଓ୍ବତ କିଛି ମାସ ପୂର୍ବରୁ ଦେଇଥିବା ବୟାନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ମେରିଟାଇମ ଯୁଦ୍ଧ ବିମାନକୁ ବାୟୁସେନା ସମେତ ଉତ୍ତର କିମ୍ବା ପଶ୍ଚିମ ସୀମାରେ ନିୟୋଜିତ କରାଯାଉ ।
ଏୟାରକ୍ରାଫ୍ଟ ବାହକ ଆଇଏନଏସ ବିକ୍ରମାଦିତ୍ୟରେ ନିୟୋଜିତ ଭାରତୀୟ ନୌସେନାର ମିଗ-29K ଯୁଦ୍ଧ ବିମାନ ଗୋଆର ନୌସେନା ଯୁଦ୍ଧକ୍ଷେତ୍ର ଆଇଏନଏସ ହଂସରୁ ନିୟମିତ ଉଡାଣ ଭରିଆସୁଛି ।
ଋଷିଆରେ ନିର୍ମିତ ଏହି ଯୁଦ୍ଧ ବିମାନକୁ ଏୟାରକ୍ରାଫ୍ଟ ବାହକ ସହ ଏକ ଦଶକ ପୂର୍ବରୁ କିଣିଥିଲା ଭାରତୀୟ ନୌସେନା । ଏଲଏସିରେ ଡ୍ରାଗନର ଗତିବିଧି ଉପରେ ନଜର ରଖିବାକୁ ମିଗ-29K କୁ ନିୟୋଜିତ କରାଯିବ । ପୂର୍ବରୁ ଡୋକଲାମରେ ଚୀନକୁ ରୋକିବାକୁ ବ୍ୟାପକ ଭାବରେ ଏହି ସର୍ଭିଲାନ୍ସକୁ ବ୍ୟବହାର କରାଯାଇଥିଲା ।
@ANI