ETV Bharat / bharat

‘କେମଛୋ ଟ୍ରମ୍ପ’ ନୁହେଁ ‘ନମସ୍ତେ ପ୍ରେସିଡେଣ୍ଟ’ରେ ଯୋଗ ଦେବେ ଟ୍ରମ୍ପ

author img

By

Published : Feb 16, 2020, 11:56 AM IST

ଗୁଜୁରାଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ସାରା ଦେଶ କେମଛୋ ଟ୍ରମ୍ପ ନୁହେଁ ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ କହି ସ୍ବାଗତ କରିବ ଦେଶ । କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରିବାକୁ ଗୁଜୁରାଟ ସରକାର ନିଷ୍ପତ୍ତି ନେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

trump visit to india theme changed
‘କେମଛୋ ଟ୍ରମ୍ପ’ ନୁହେଁ ‘ନମସ୍ତେ ପ୍ରେସିଡେଣ୍ଟ’ରେ ଯୋଗ ଦେବେ ଟ୍ରମ୍ପ

ନୂଆଦିଲ୍ଲୀ: ଆସନ୍ତା 24ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ସ ଟ୍ରମ୍ପ । ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର । ରାଷ୍ଟ୍ରପତିଙ୍କୁ ‘କେମଛୋ ଟ୍ରମ୍ପ’ ପରିବର୍ତ୍ତେ ‘ନମସ୍ତେ ପ୍ରେସିଡେଣ୍ଟ’ କହି ସ୍ବାଗତ କରିବେ ।

ଏନେଇ ଗୁଜୁରାଟର ମୁଖ୍ୟ ଶାସନ ସଚିବ ଅନିଲ ମୁକିମ କହିଛନ୍ତି କି, ରାଜ୍ୟ ସରକାର କାର୍ଯ୍ୟକ୍ରମର ନାଁ ‘ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ’ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ନାମ ପରିବର୍ତ୍ତନ କରାଯିବ । ତେବେ କାର୍ଯ୍ୟକ୍ରମର ନାମ କେମଛୋ ଟ୍ରମ୍ପ ରଖିବା ଦ୍ବାରା କେବଳ ଗୋଟିଏ ରାଜ୍ୟର କାର୍ଯ୍ୟକ୍ରମ ଲାଗୁଥିବାରୁ ଏହାକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ କରିବା ଉଦ୍ଦେଶ୍ୟରେ ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ।

ଏହାବ୍ୟତୀତ କାର୍ଯ୍ୟକ୍ରମର ପ୍ରଚାରରେ ବି ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ ନାଁ ଉଲ୍ଲେଖ କରାଯିବ । ପ୍ରକାଶ ଯେ, ଏହି କାର୍ଯ୍ୟକ୍ରମରେ ଲକ୍ଷେ ଉପରେ ଜନତାଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.