ଭୋପାଳ: କୋରୋନା ସଂକ୍ରମିତଙ୍କୁ ଅବହେଳା । ଏଭଳି ଘଟଣା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ବୀରଗଡ କାଲାରେ ଥିବା ଶାରଦା ନାଗରରେ | ଯେଉଁଠାରେ ଜଣେ କୋରୋନ ସଂକ୍ରମିତଙ୍କୁ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିବାକୁ ପଡିଥିଲା । ହେଲେ ଆମ୍ବୁଲାନ୍ସ ଆସି ନ ଥିଲା । ଫଳରେ ଏହି ଘଟଣାରେ ପୋଲିସ ହସ୍ତକ୍ଷେପ କରିବା ପରେ ଆକ୍ରାନ୍ତଙ୍କୁ ମେଡିକାଲକୁ ପଠା ଯାଇଥିଲା । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ମଧ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି ।
କେବଳ ଏହି ଘଟଣା ନୁହେଁ, ଏଭଳି ଅନେକ ଘଟଣା ଘଟୁଥିବାର ନଜିର ରହିଛି । ଦିନକ ପୂର୍ବରୁ କୋଭିଡ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟରେ ପୋକ ବାହାରିଥିଲା । ଏହା ଜଣାପଡିବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା ସ୍ବାସ୍ଥ୍ୟ ବିଭାଗ । କେବଳ ସେତିକି ନୁହେଁ, କୋରୋନା ରୋଗୀଙ୍କ ପାଖରେ ଆମ୍ବୁଲାସ୍ସ ଠିକ ସମୟରେ ପହଞ୍ଚିୁ ନ ଥିବା ଅଭିଯୋଗ ହୋଇଛି । ଫଳରେ କୋରୋନା ଆକ୍ରାନ୍ତମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ସେପଟେ, ସାରଦା ନଗରରେ ରହୁଥିବା ଜଣେ ଆଇନଜୀବୀଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି । ଆଇନଜୀବୀ ଜଣକ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋଭିଡ କେନ୍ଦ୍ର ଯିବା ପାଇଁ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ । ହେଲେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା । ପରେ ପୋଲିସର ହସ୍ତକ୍ଷେପ କରିବା ପରେ ଘଟଣାସ୍ଥଳରେ ଆମ୍ବୁଲାସ୍ସ ପହଞ୍ଚି ଥିଲା। ଆଉ ସଂକ୍ରମିତଙ୍କୁ ମେଡିକାଲକୁ ନେଇଥିଲା। ତେବେ ସ୍ବାସ୍ଥ୍ୟ ବିଭାଗର ଏଭଳି ଖାମ ଖିଆଲି ମନଭାବକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ